୮ ସେପ୍ଟେମ୍ବର, ଗୁରୁବାର: ଅପ୍ରିୟ ସତ କଥା କହି ପ୍ରଶଂସିତ ହେବେ

ମେଷ: ଜଗିରଖି ଚଳନ୍ତୁ । ବାଧାବିଘ୍ନ, ଘାତ-ପ୍ରତିଘାତ ମଧ୍ୟରେ ଦିନ କଟିବ। ସ୍ୱାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ, ଶତ୍ରୁମାନେ ପରାଜିତ ହେବେ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ । ଆତ୍ମୀୟଙ୍କ ସହଯୋଗରେ ମନ ଆନନ୍ଦିତ ରହିବ। ବୃଷ:    ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ଯାହା ଫଳରେ ମନ ଭାରାକ୍ରାନ୍ତ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ, ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ […]

RASI

  • Published: Thursday, 08 September 2022
  • , Updated: 08 September 2022, 07:44 AM IST

ମେଷ: ଜଗିରଖି ଚଳନ୍ତୁ । ବାଧାବିଘ୍ନ, ଘାତ-ପ୍ରତିଘାତ ମଧ୍ୟରେ ଦିନ କଟିବ। ସ୍ୱାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ, ଶତ୍ରୁମାନେ ପରାଜିତ ହେବେ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ । ଆତ୍ମୀୟଙ୍କ ସହଯୋଗରେ ମନ ଆନନ୍ଦିତ ରହିବ।

ବୃଷ:    ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ଯାହା ଫଳରେ ମନ ଭାରାକ୍ରାନ୍ତ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ, ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଅପରାହ୍ନରେ କୋଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ମିଥୁନ: ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ । ଜଳ, ଅଗ୍ନି ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ।  ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।

କର୍କଟ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ । ପାରିବାରିକ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।

ସିଂହ: ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ବାଧା ସୃଷ୍ଟି କରିପାରେ। ଦୂର ଯାତ୍ରା କରିବେ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ରହିବ।

କନ୍ୟା:ଅର୍ଥଲାଭ କରାଇବା ସହ ପୂର୍ବ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ । ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ । ବିଦ୍ୟାର୍ଥୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ।  ବହୁ ପ୍ରତିକ୍ଷୀତ ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ କିନ୍ତୁ ଅପ୍ରିୟ ସତ୍ୟକଥା କହି ପ୍ରଶଂସିତ ହେବେ।

ବିଚ୍ଛା:  ମନ ଅସ୍ଥିର ରହିବ, କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ। ଏଜେନ୍ସି, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।

ଧନୁ:ଆପଣ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ । ଲାଗିରହିଥିବା ସମସ୍ୟା ଦୂର ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ । ଅନ୍ୟମନସ୍କତା ଯୋଗୁଁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି, କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

ମକର: ଆଜି କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

କୁମ୍ଭ :ଆଜି ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ କିମ୍ବା ଦ୍ରବ୍ୟହାନୀ ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛି। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କା ଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।

ମୀନ: ଆଜି କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ, ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।

Related story