ମେଷ: ବହୁଦିନର ଆଶା ପୂରଣ ହେବ । ବାଣିଜ୍ୟ ଓ ବ୍ୟବସାୟରେ ଭଲ ଆୟ ହେବ। ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ । ବ୍ୟବସାୟରେ ଲାଭ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଶାନ୍ତି ମିଳିବ ।
ବୃଷ: କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ। ସାଂସାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ଅଯଥା ବ୍ୟୟ ଦୂର ହେବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ କୃତକାର୍ଯ୍ୟ ହେବେ ।
ମିଥୁନ: ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀ ମାନେ ଦିନଟିକୁ ଉତ୍ସାହରେ ଅତିବାହିତ କରିବେ ।
କର୍କଟ : କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ମିଳିବାରୁ ମନ ଖୁସି ରହିବ। ବ୍ୟବସାୟରେ ସଫଳତା ପାଇବେ, ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ସିଂହ: ମନ ଭାରାକ୍ରାନ୍ତ ରହିବ ଏବଂ ଅର୍ଥ ପାଇଁ ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ। ସନ୍ତାନମାନଙ୍କ ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ।
କନ୍ୟା : ରାଜନୀତି କ୍ଷେତ୍ରରେ ଶତ୍ରୃ ବୃଦ୍ଧି ହେବେ, ମାନସମ୍ମାନ ହାନି ହେବ। ସନ୍ତାନମାନଙ୍କର ସ୍ୱଭାବ ବାପା ମାଆଙ୍କୁ ଭଲ ଲାଗିବ ନାହିଁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ ଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ, ବ୍ୟବସାୟୀମାନେ ଲାଭବାନ ହେବେ। ଯାନବାହନ ପ୍ରାପ୍ତିର ଯୋଗ ରହିଛି।ବନ୍ଧୁଙ୍କ ସହଯୋଗରେ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ ।
ବିଛା: ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ଆଇନକାନୁନ ମାମଲାରେ ସହଜରେ ସମାଧାନର ବାଟ ଫିଟିବ ।
ଧନୁ: ଆର୍ଥିକ ଲାଭ ପାଇଁ ଦିନଟି ଭଲ ରହିବ । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର: ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ । ବ୍ୟବସାୟରେ ଲାଭ କମ୍ ହେବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଏବଂ ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ।
କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିବେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।
ମୀନ: ଶରୀର ସୁସ୍ଥ ରହିବ । ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ଗୃହ କାର୍ଯ୍ୟରେ ନିମଗ୍ନ ରହିବେ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।