୮ ଅଗଷ୍ଟ, ମଙ୍ଗଳବାର; କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ମନ ଖୁସି ରହିବ

ମାଙ୍ଗଳିକ କାର୍ଯ୍ୟ କିମ୍ବା କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

Rasi

  • Published: Tuesday, 08 August 2023
  • , Updated: 08 August 2023, 07:44 AM IST

ମେଷ: ବ୍ୟବସାୟରେ ଭଲ ଲାଭ ପାଇବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ପାରିବାରିକ ସମସ୍ୟା ଲାଗିରହିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ।

ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ନାହିଁ।

ମିଥୁନ: କୌଣସି ସମସ୍ୟା ପାଇଁ ପାରିବାରିକ ବିବାଦ ବୃଦ୍ଧି ହେବାରୁ ବନ୍ଧୁଙ୍କ ସହିତ ପରାମର୍ଶ କରିପାରନ୍ତି। କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

କର୍କଟ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନିତ ହେବାରୁ ମନ ଖୁସି ରହିବ। ରାଜନୀତି ଓ ବ୍ୟବସାୟ କରୁଥିବା ବ୍ୟକ୍ତି ସଫଳତା ପାଇବେ। ଅର୍ଥ ପ୍ରାପ୍ତି ହେବା ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ମନ ଖୁସି ରହିବ। କୌଣସି ସମସ୍ୟା ପାଇଁ ଚିନ୍ତାବୃଦ୍ଧି ହେବ। ବ୍ୟବସାୟରେ ଲାଭ ମିଳିବ। ନୂତନ ବ୍ୟବସାୟ ପାଇଁ ମନ ବଳାଇବେ।

କନ୍ୟା: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟ କରୁଥିବା ଲୋକଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ।

ତୁଳା: ବ୍ୟବସାୟରେ ଆୟ ଅଧିକ ହେଲେ ମଧ୍ୟ ଅଯଥାରେ ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସଫଳତା ପାଇବାରୁ ମନ ଖୁସି ରହିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ ପ୍ରତି କାର୍ଯ୍ୟରେ ସେମାନେ ସଫଳତା ପାଇବେ।

ବିଛା: ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ। ପୂଜାକାର୍ଯ୍ୟରେ ଅଧିକ ସମୟ ଦେବେ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। କ୍ୟାରିୟରକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ପାରିବାରିକ ସମସ୍ୟା ପାଇଁ ମନ ଭଲ ରହିବ ନାହିଁ। ଅର୍ଥ ପାଇଁ ଚିନ୍ତାରେ ରହିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ।

ମକର: କର୍ମକ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। ଏଣୁ କାହାରି ସହିତ କଳହ କରନ୍ତୁ ନାହିଁ। ସ୍ୱାମୀସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ହେତୁ ଅଶାନ୍ତି ବୃଦ୍ଧି ହେବ। ଅର୍ଥ ଅଭାବରୁ ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ।

କୁମ୍ଭ: ମାଙ୍ଗଳିକ କାର୍ଯ୍ୟ କିମ୍ବା କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ପ୍ରାପ୍ତି ହେବ।

ମୀନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ପିଲାମାନଙ୍କର ପାଠପଢ଼ା ପାଇଁ ବାପାମାଆ ଚିନ୍ତାରେ ରହିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ସୁସ୍ୱାଦୁ ଭୋଜନ କରିବେ।

Related story