ମେଷ: ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖପ୍ରଦ ହେବ । ମହିଳାମାନେ ଧୈର୍ଯ୍ୟ, ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ ।
ବୃଷ : ଆଜି କମ୍ ପରିଶ୍ରମରେ ପାରିଶ୍ରମିକ ଅଧିକ ମିଳିବ । କୋର୍ଟ-କଚେରୀର ବିଚାରଧୀନ ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ । ଆକସ୍ମିକ ଧନଲାଭ ହେବ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ମିଥୁନ : ଆଜି ଅପେକ୍ଷା କରିଥିବା ଶୁଭ ସମାଚାର ଆପଣଙ୍କୁ ମିଳିବ । ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ବିଦ୍ୟାର୍ଥୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ ।
କର୍କଟ : ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ମିଳିବ । ଅପରାହ୍ନରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ସିଂହ : ଆଜି ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ । ବାଣିଜ୍ୟ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ, ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ । କ୍ରୀଡାବିତ୍ କ୍ରୀଡା କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।
କନ୍ୟା : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିପାରେ । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବେ । ପିତା ମାତାଙ୍କ ଆର୍ଶୀବାଦ ଆପଣଙ୍କୁ ଅନେକାଂଶରେ ବିଜୟୀ କରାଇବ ।
ତୁଳା: ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ । ଅପରାହ୍ନରେ ଆପଣ କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଆକସ୍ମିକ ଖର୍ଚ୍ଚ ହୋଇପାରେ, ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସନୀୟା ହେବେ ।
ବିଛା : ଆଜି ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଆପଣ ଯୋଗ୍ୟ ବିବେଚିତ ହେବେ । ଗୃହସ୍ଥ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ରହିବ । ଶାରୀରିକ ଅଭିବୃଦ୍ଧି ଘଟିବ, ସୁସ୍ୱାଦୁ ଭୋଜନ ମିଳିବ, ବକେୟା ଅର୍ଥ ହସ୍ତଗତ ହେବ । ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ।
ଧନୁ : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ, ବ୍ୟବସାୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ପ୍ରଶଂସିତ ହେବେ । ବିଦ୍ୟାର୍ଥୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ, ପାରିବାରିକ ଜୀବନ ସୁଖପ୍ରଦ ହେବ ।
ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ । ଜଗିରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ବାଦ-ବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି । ମଧ୍ୟାହ୍ନ ପରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ ।
କୁମ୍ଭ: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନ ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟ ଅର୍ଜନ କରିବେ, ଭାତୃ ସମ୍ପର୍କ ସୁଦୃଢ ହେବ, ଶରୀର ସୁସ୍ଥ ରହିବ । ମିତ୍ରମାନଙ୍କ ସହିତ ସାକ୍ଷାତ ହେବ, ଯାହା ଦ୍ୱାରା ମନ ଆନନ୍ଦ ରହିବ ।
ମୀନ: ଆଜି ଜଗିରଖି ଚଳନ୍ତୁ । ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା ଓ କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ପ୍ରଦାନ କରିଥିଲେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି । ଅପରାହ୍ନରେ ଆପଣ କୌଣସି ଶୁଭ ଖବର ଶୁଣିପାରନ୍ତି, ଯାହା ଫଳରେ ଭାରାକ୍ରାନ୍ତ ମନ ପ୍ରସନ୍ନ ରହିବ ।