୯ ମାର୍ଚ୍ଚ, ବୁଧବାର: ଅଚାନକ ଧନପ୍ରାପ୍ତି ହେବ

 ମେଷ:  ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିବେ। ବାଦବିବାଦ, ମାଲିମକଦ୍ଦମା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ।  କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଗୃହୋପକରଣ ଦ୍ରବ୍ୟ କ୍ରୟ କରିବେ । ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ ।  ଯାହାଫଳରେ  ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନଯୋଗ ଦେବେ […]

RASI

Niharika Rout
  • Published: Wednesday, 09 March 2022
  • , Updated: 09 March 2022, 07:54 AM IST

 ମେଷ:  ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିବେ। ବାଦବିବାଦ, ମାଲିମକଦ୍ଦମା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ।  କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଗୃହୋପକରଣ ଦ୍ରବ୍ୟ କ୍ରୟ କରିବେ ।

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ ।  ଯାହାଫଳରେ  ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନଯୋଗ ଦେବେ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ  ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ । ଅପରାହ୍ନରେ ଶୁଭ ଖବର ଶୁଣିପାରନ୍ତି। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ସଫଳତା ମିଳିବ। ଆଶାନୁରୂପ ଲାଭ ମିଳିବ।  ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

କର୍କଟ: ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବେ।  ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ଧନହାନୀ ହେବାର ସମ୍ଭାବନା ଅଛି ।

ସିଂହ: ଆଜି ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ । କୌଶଳକ୍ରମେ ତାହାକୁ ସମାଧାନ କରିବେ । କ୍ରୀଡା ପ୍ରତିଯୋଗିତାରେ ବିଜୟୀ ହେବେ।  ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିବ  ।

କନ୍ୟା: ଆଜି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ ।  ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ-ପ୍ରମୋଦରେ ଦିନ କାଟିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା: ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସହକର୍ମୀମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟଗୁଡ଼ିକ ଯଥାରୀତି ସମ୍ପାଦନ କରିବେ । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହେବା ସହ ବହୁବିଧ ସୁଯୋଗ ଜୁଟିବ।

ବିଛା: ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ଶରୀର ସୁସ୍ଥ ରହିବ । ସୁସ୍ୱାଦୁ ଭୋଜନ ମିଳିବା ନେଇ ମନଖୁସି ରହିବ। ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ହାସଲ କରିବେ।  ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବି ଚିନ୍ତି ପଦକ୍ଷେପ ନେବା ଭଲହେବ।

ଧନୁ: ଆଜି ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ମିଳିବ, ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କ୍ରୀଡା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହେବେ। ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି  ।

ମକର: ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଫଳରେ ମନ ଖୁସି ରହିବ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ । ପରିବାରରେ ଭାଇଭଉଣୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିବେ ।

କୁମ୍ଭ: ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ, ବହୁ ଦିନର ସ୍ୱପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବେ । ବ୍ୟବସାୟରେ ପୂର୍ବାପେକ୍ଷା ଆୟ ବୃଦ୍ଧି ଘଟିବ।  ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ ।

ମୀନ: ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେଇ ପ୍ରଶଂସିତ ହେବେ।  ଆକସ୍ମିକ ଅର୍ଥଲାଭ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପ୍ରତି ମନ ବଳାଇବେ । ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ।

Related story