୮ମାର୍ଚ୍ଚ, ମଙ୍ଗଳବାର: ମହିଳାମାନେ ସବୁଠି ଆଦର ସମ୍ମାନ ପାଇବେ

ମେଷ: ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ  ସମସ୍ୟାର ସମାଧାନ ହେବ, ଯାହା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ବୃଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ବହୁ ଦିନର ଆଶା ଅଭିଳାଷ ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ  ଉପାର୍ଜନ କରିବେ। ପୂର୍ବ ଅପେକ୍ଷା ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। […]

RASI

Tapaswini Nayak
  • Published: Tuesday, 08 March 2022
  • , Updated: 09 March 2022, 07:52 AM IST

ମେଷ: ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ  ସମସ୍ୟାର ସମାଧାନ ହେବ, ଯାହା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ବହୁ ଦିନର ଆଶା ଅଭିଳାଷ ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।

ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ  ଉପାର୍ଜନ କରିବେ। ପୂର୍ବ ଅପେକ୍ଷା ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ।

କର୍କଟ: ପୂର୍ବରୁ ଲାଗିରହିଥିବା  ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ।

ସିଂହ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାନ-ସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ।

କନ୍ୟା: ଆଜି କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଗୃହ କିମ୍ବା ଯାନବାହନ କିଣିବାକୁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ବ୍ୟବସାୟରେ ବାଣିଜ୍ୟରେ  ଲାଭବାନ୍ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯିବ।  କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ।

ବିଛା: ଶରୀର ସୁସ୍ଥ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

ଧନୁ: ପାରିବାରିକ ଜୀବନ ସୁଖପ୍ରଦ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହେବ।

ମକର: ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।  ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

କୁମ୍ଭ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରଶଂସା ପାଇବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ମୀନ: କର୍ମ କ୍ଷେତ୍ରରେ ମାନ- ସମ୍ମାନ ମିଳିବ।  ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ପରିବାରରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିବ।

 

 

Related story