୮ ନଭେମ୍ବର, ମଙ୍ଗଳବାର: କମ୍ ପରିଶ୍ରମରେ ଆଶାଜନକ ଫଳ ମିଳିବ

ମେଷ: ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବୃଷ: ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ମିଥୁନ: ବିରୋଧୀମାନେ ଦୂରେଇ ଯିବେ। ନୂତନ କାର୍ଯ୍ୟକୁ ବିନା ବାଧାବିଘ୍ନରେ ଆଗେଇ ନେବେ। ବାଦବିବାଦରେ ବିଜୟୀ ହେବେ। କର୍କଟ: ବ୍ୟବସାୟ କ୍ଷେତ୍ରକୁ […]

RASI

  • Published: Tuesday, 08 November 2022
  • , Updated: 08 November 2022, 07:19 AM IST

ମେଷ: ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ବୃଷ: ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ।
ମିଥୁନ: ବିରୋଧୀମାନେ ଦୂରେଇ ଯିବେ। ନୂତନ କାର୍ଯ୍ୟକୁ ବିନା ବାଧାବିଘ୍ନରେ ଆଗେଇ ନେବେ। ବାଦବିବାଦରେ ବିଜୟୀ ହେବେ।
କର୍କଟ: ବ୍ୟବସାୟ କ୍ଷେତ୍ରକୁ ବଢ଼ାଇବାକୁ ଏହାର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଲୋକ ସମ୍ପର୍କ ବଢ଼ିବା ହେତୁ ଆତ୍ମସନ୍ତୋଷ ବଢ଼ିବ।

ସିଂହ: ବିଦେଶ ଯାତ୍ରାରୁ ସୁଫଳ ପାଇବେ। ବନ୍ଧୁବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ।

କନ୍ୟା: କମ୍ ପରିଶ୍ରମରେ ଆଶାଜନକ ଫଳ ମିଳିବ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ।

ତୁଳା: ଶତ୍ରୁମାନେ ପରାଜିତ ହେବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ମାନସିକ ସ୍ଥିତି ଭଲ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପୁରୁଣା ପ୍ରାପ୍ୟ ପାଇ ଖୁସି ହେବେ।

ଧନୁ: ଧର୍ମ କାର୍ଯ୍ୟରେ ଯୋଗ ଦେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ମକର: ନିଜର ପ୍ରୟାସ ଓ ଅନ୍ୟମାନଙ୍କ ସହଯୋଗରେ ଆଗକୁ ବଢ଼ିବେ। ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ।

କୁମ୍ଭ: ଶୁଭ ସମାଚାର ଶୁଣିବେ। ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ।

ମୀନ: ସ୍ୱାସ୍ଥ୍ୟକୁ ନେଇ ଥିବା ଚିନ୍ତା ଦୂର ହେବ। ପ୍ରିୟଜନମାନେ ନିକଟତର ହେବେ। ହସଖୁସିରେ ଦିନଟି ଅତିବାହିତ କରିବେ।

Related story