ମେଷ : ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ହୋଇ ଯାଆନ୍ତୁ । ଖୁସିରେ ସମୟ ଅତିବାହିତ କରିବେ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ ।
ସିଂହ : କୌଣସି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ନଚେତ୍ ଠକାମିରେ ପଡିପାରନ୍ତି। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ନାହିଁ, ଯାହା ଫଳରେ ମନ ଅଶାନ୍ତି ରହିବ । କଳା ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ ଓ ମାନସମ୍ମାନ ପାଇବେ ।
କନ୍ୟା: କାର୍ଯ୍ୟଦକ୍ଷତାକୁ ଦେଖି ବନ୍ଧୁମାନେ ପ୍ରଶଂସା ଓ ସାହାଯ୍ୟ କରିବା ପାଇଁ କଥା ଦେବେ। କର୍ମକ୍ଷେତ୍ରରେ ଅସୁବିଧାରେ ପଡ଼ି ପାରନ୍ତି ଓ ଅପଦସ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ ।
ତୁଳା: ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହି । ଠକାମୀରେ ପଡ଼ିବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ, ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବ୍ୟବସାୟରେ କୋଣସି ଚୁକ୍ତି ସ୍ବାକ୍ଷରିତ କରିବା ପୂର୍ବରୁ ବୁଝିବିଚାରି କରନ୍ତୁ।
ବିଛା: ବହୁଦିନର ଆଶା ଅଭିଳାଷ ପୁରଣ ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେହି ଜଣେ ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ । ବିଦ୍ୟାର୍ଥୀମାନେ ପଢାପଢ଼ାରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।
ମକର: ଭଲ କଥା କହିଲେ ମଧ୍ୟ ପରିବାର ସଦସ୍ୟ ତାହାକୁ ଭୁଲ୍ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।
କୁମ୍ଭ: ପ୍ରତ୍ୟେକ କାମରେ ସଫଳତା ପାଇବେ ଓ ମାନସମ୍ମାନ ବୃଦ୍ଧି ହେବ । ବହୁଦିନରୁ ଆଶା କରିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଅଯଥା ଖର୍ଚ୍ଚ ବୃଦ୍ଧି ହେବ।
ମୀନ: ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ। ପାରିବାରିକ ସମସ୍ୟା ଯାହା ଥିଲା ସମାଧାନ ହେବାରୁ ମନ ଖୁସି ରହିବ । ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତି ଶୁଭଫଳ ପାଇବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Astrology
ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି
ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।
Astrology
ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Astrology
ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ
ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
Astrology
ପାଖେଇ ଆସିଲାଣି ଦୀପାବଳି; ଘରୁ ଫୋପାଡ଼ି ଦିଅନ୍ତୁ ଏହି ସବୁ ଜିନିଷ, ନଚେତ...
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘର ଦ୍ୱାରକୁ ପରିଷ୍କାର କରାଯିବା ସହ ନୂଆ ବଧୂ ପରି ସଜା ଯାଇଥାଏ। କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛି ଜିନିଷ ରଖିଥାଉ ଯେଉଁଥି ପାଇଁ ମା’ କୋପ କରିବା ସହ ଘରୁ ଫେରି ଯାଇଥାନ୍ତି ।
Astrology
ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି; ଘରେ ରଖନ୍ତୁ ଏହି ସବୁ ଜିନିଷ
ଏପରି କିଛି ଜିନିଷ ଅଛି, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହେବ।