୯ ଡିସେମ୍ବର,ଗୁରୁବାର; ଆତ୍ମବିଶ୍ୱାସ ବୃଦ୍ଧି ପାଇବ

ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ।  କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି  ବନ୍ଧୁଙ୍କ ସହ କଳି ଲାଗିପାରେ। ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ। ମିଥୁନ: ଆଜି ଅନ୍ୟର ସାହାଯ୍ୟ ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି […]

RASI

Tapaswini Nayak
  • Published: Thursday, 09 December 2021
  • , Updated: 09 December 2021, 07:43 AM IST

ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ।  କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି  ବନ୍ଧୁଙ୍କ ସହ କଳି ଲାଗିପାରେ।

ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ।

ମିଥୁନ: ଆଜି ଅନ୍ୟର ସାହାଯ୍ୟ ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ। ବକେୟା ଅର୍ଥ ଲାଭ କରିବେ। ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।

କର୍କଟ: ଆଜି ମନ ଚାହୁଁଥିବା କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ।  ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ।

ସିଂହ: ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ନୂଆ ଯୋଜନାରେ ସଫଳ ହେବେ।

କନ୍ୟା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ।

ତୁଳା: ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବେ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କଲେ ଭଲ ହେବ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଯୋଜନା ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ଯାନବାହନରେ ତ୍ରୁଟି ଦେଖା ଦେଇପାରେ।

ଧନୁ: ଅର୍ଥଲାଭ ହେବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପଦୋନ୍ନତିର ସୂଚନା ପାଇବେ।

ମକର: ପାରିବାରିକ ଜୀବନ ଭଲ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ମନ ଭଲ ରହିବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

ମୀନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

 

Related story