ମେଷ: ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ । କିନ୍ତୁ ଯେଉଁ କାମରେ ହାତ ଦେବେ ସଫଳତା ଅବଶ୍ୟ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଏଣୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ।
ବୃଷ : ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ, ସୁସ୍ୱାଦୁ ଭୋଜନ ମିଳିବା ସହ ସମସ୍ତ ଆଶା ଅଭିଳାଷ ପୂରଣ ହେବ। ବିଚାରଧୀନ ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ।
ମିଥୁନ: ସହକର୍ମୀଙ୍କ ସାହାଯ୍ୟ ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ବକେୟା ଅର୍ଥ ଲାଭ ହେବା ସହ ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ।
କର୍କଟ: ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ବିଜୟୀ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ:ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ । ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।
ମକର: ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ ।ବ୍ୟବସାୟ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ ଏବଂ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ ।
କୁମ୍ଭ: ଆଜି ଆପଣଙ୍କୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ। ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ । ଶତ୍ରୁମାନେ ପରାଜିତ ହେବେ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭପ୍ରଦ ହେବ । ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ।
ମୀନ: ଆଜି ବହୁ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ, ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରିବାର ପାଇଁ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ। ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।