୯ ନଭେମ୍ବର,ବୁଧବାର: ବନ୍ଧୁଙ୍କ ସହିତ ଭେଟ ହେବ

ମେଷ: ନୂଆ ବନ୍ଧୁଙ୍କ ସହିତ ଭେଟ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଭଲ ଲାଭ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବୃଷ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବ। ମାନସମ୍ମାନ ପ୍ରାପ୍ତି ହେବ। ମନୋବଳ ଦୃଢ଼ ରହିବ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ। ମିଥୁନ: ବ୍ୟବସାୟୀମାନେ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଅର୍ଥବ୍ୟୟ ହେବ। କୌଣସି ପାରିବାରିକ ସମସ୍ୟା ଥିଲେ, ତା’ର ସମାଧାନର ବାଟ ଫିଟିବ। କର୍କଟ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ […]

RASI

  • Published: Wednesday, 09 November 2022
  • , Updated: 09 November 2022, 07:27 AM IST

ମେଷ: ନୂଆ ବନ୍ଧୁଙ୍କ ସହିତ ଭେଟ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଭଲ ଲାଭ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ବୃଷ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବ। ମାନସମ୍ମାନ ପ୍ରାପ୍ତି ହେବ। ମନୋବଳ ଦୃଢ଼ ରହିବ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ।
ମିଥୁନ: ବ୍ୟବସାୟୀମାନେ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଅର୍ଥବ୍ୟୟ ହେବ। କୌଣସି ପାରିବାରିକ ସମସ୍ୟା ଥିଲେ, ତା’ର ସମାଧାନର ବାଟ ଫିଟିବ।
କର୍କଟ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। କୌଣସି ଖବର ଶୁଣି ମନୋବଳ ଭାଙ୍ଗିଯିବ। ପାରିବାରିକ ସମସ୍ୟା ଦେଖାଯିବ।

ସିଂହ: ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୁସ୍ୱାଦୁ ଭୋଜନ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଓ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବିଛା: କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ସଫଳତା ପାଇବେ। ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହୋଇ9ପାରନ୍ତି। ଜଗିରଖି ରହିବାକୁ ପଡ଼ିବ। ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟରେ ବ୍ୟୟ ବଢ଼ିବାରୁ ମନ ଭଲ ରହିବ ନାହିଁ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।

କୁମ୍ଭ: ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଭ୍ରମଣ ଯୋଗ ରହିଛି। ବ୍ୟବସାୟରେ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ସଫଳତା ପାଇବେ ନାହିଁ। କୌଣସି କଥାକୁ ନେଇ ମନସ୍ତାପ କରିବେ। ସନ୍ତାନ ମାନଙ୍କ କାର୍ଯ୍ୟକଳାପକୁ ନେଇ ବାପାମା’ ଚିନ୍ତିତ ରହିବେ।

Related story