୯ ଅକ୍ଟୋବର: ଶନିବାର: ସହକର୍ମୀମାନେ ଈର୍ଷା କରିପାରନ୍ତି  

ମେଷ: ସକାରାତ୍ମକ ଚିନ୍ତା ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ। ସମାଜରେ ମାନସମ୍ମାନ ବଢ଼ିବ।

ବୃଷ: କଠିନ ପରିଶ୍ରମ କରିବାକୁ ପଡ଼ିବ। ବୁଝି ବିଚାରି ସବୁ ନିଷ୍ପତ୍ତି ନିଅନ୍ତୁ। ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ।

 ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଯୋଜନା କରିଥିବା କାର୍ଯ୍ୟ ସଠିକ୍ ସମୟରେ ସଂପନ୍ନ ହେବ। ଆୟର ନୂଆ ଉତ୍ସ ପ୍ରାପ୍ତ ହୋଇପାରେ।

 କର୍କଟ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ କୃପା ଦୃଷ୍ଟି ପଡ଼ିବ। ସହକର୍ମୀମାନେ ଈର୍ଷା କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଜନକଲ୍ୟାଣ କାର୍ଯ୍ୟରେ ମନୋନିବେଶ କରିବେ।

 କନ୍ୟା: ପଡ଼ୋଶୀଙ୍କ ବ୍ୟବହାରରେ ଖୁସି ହେବେ। ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରାସ୍ତାରେ ଯା’ଆସ ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ବିରୋଧୀମାନଙ୍କୁ ପରାସ୍ତ କରିବେ। ନିଜ ବୁଦ୍ଧିବଳରେ କାର୍ଯ୍ୟ ହାସଲ କରିବେ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇ-ଭଉଣୀଙ୍କ ସହ ଥିବା ବିବାଦର ଅନ୍ତ ଘଟିବ।

 ବିଛା: ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରି ସଫଳ ହେବେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ଧନୁ: ସନ୍ତାନଙ୍କୁ ନେଇ କିଛି ଭଲ ଖବର ଶୁଣିବେ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ମାନସମ୍ମାନ ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ମକର: ପରିବାରରେ ସୁଖଶାନ୍ତି ବଜାୟ ରହିବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କେତେକ କ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

କୁମ୍ଭ: ଶୁଭ ସମ୍ବାଦ ପାଇବେ। ଅଳ୍ପ ପରିଶ୍ରମ କରି କାର୍ଯ୍ୟ ହାସଲ କରିନେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଭଲ କରିବେ।

ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ପୁରାତନ ରୋଗରୁ ମୁକ୍ତି ପାଇବେ। ଆୟ ବଢ଼ିବ

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।