କଥା କହିବାର ଶୈଳୀ କହେ ବ୍ୟକ୍ତିଙ୍କ ସ୍ୱଭାବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌):ସମୁଦ୍ର ଶାସ୍ତ୍ର ଅନୁସାରେ, ଶରୀରରେ ଥିବା ବିଭିନ୍ନ ଚିହ୍ନକୁ ଆଧାର କରି ବ୍ୟକ୍ତିଙ୍କ ହାବଭାବ ଓ ସ୍ୱଭାବ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ। ଏହା ସହ ବ୍ୟକ୍ତିଙ୍କ କଥା କହିବାର ଶୈଳୀରୁ ମଧ୍ୟ ତାଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ପ୍ରତ୍ୟେକ ବ୍ୟକ୍ତିଙ୍କ କଥା କହିବାର ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। ମଣିଷ ଶରୀରର ଲକ୍ଷଣ ଓ କହିବାର ଶୈଳୀକୁ ନେଇ ସମୁଦ୍ର ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ଆସନ୍ତୁ ଜାଣିବା, କଥା କହିବାର ଶୈଳୀକୁ ନେଇ […]

8m

8m

Mihir Pattnayak
  • Published: Wednesday, 23 January 2019
  • Updated: 23 January 2019, 10:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌):ସମୁଦ୍ର ଶାସ୍ତ୍ର ଅନୁସାରେ, ଶରୀରରେ ଥିବା ବିଭିନ୍ନ ଚିହ୍ନକୁ ଆଧାର କରି ବ୍ୟକ୍ତିଙ୍କ ହାବଭାବ ଓ ସ୍ୱଭାବ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ। ଏହା ସହ ବ୍ୟକ୍ତିଙ୍କ କଥା କହିବାର ଶୈଳୀରୁ ମଧ୍ୟ ତାଙ୍କ ସ୍ୱଭାବ ବିଷୟରେ ଜାଣିହୁଏ।

ପ୍ରତ୍ୟେକ ବ୍ୟକ୍ତିଙ୍କ କଥା କହିବାର ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। ମଣିଷ ଶରୀରର ଲକ୍ଷଣ ଓ କହିବାର ଶୈଳୀକୁ ନେଇ ସମୁଦ୍ର ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ଆସନ୍ତୁ ଜାଣିବା, କଥା କହିବାର ଶୈଳୀକୁ ନେଇ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ସମୁଦ୍ର ଶାସ୍ତ୍ରରେ କ’ଣ କୁହାଯାଇଛି।

୧. ଉଚ୍ଚ ସ୍ୱରରେ କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, ଉଚ୍ଚ ସ୍ୱରରେ କଥା କହୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିବାକୁ ଚାହିଁଥା'ନ୍ତି। ଏହା ସହ ଏମାନେ ନିଜର ଅଳ୍ପ ଜ୍ଞାନକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନ୍ତି। ଏପରି ଲୋକ ଅନ୍ୟ ଲୋକଙ୍କ କଥା ଶୁଣିବା ପାଇଁ ପସନ୍ଦ କରି ନ ଥା'ନ୍ତି।

୨. ଶୀଘ୍ର ଶୀଘ୍ର କଥା କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, କିଛି ଲୋକ ଏତେ ବେଗରେ କଥା କୁହନ୍ତି ଯେ, ତାଙ୍କ କଥା ଅନ୍ୟମାନେ ବୁଝି ପାରି ନ ଥା'ନ୍ତି। ଏପରି ଜାତକଧାରୀ ବ୍ୟକ୍ତି କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ। ଏହା ସହ କୌଣସି କଥାକୁ ସ୍ପଷ୍ଟ କରିବା ପାଇଁ ଏମାନଙ୍କ ପାଖରେ ସାହସ ନ ଥାଏ। ଏମାନେ ବିଶ୍ୱାସଘାତକ ସ୍ୱଭାବର ହୋଇଥା'ନ୍ତି।

୩. କର୍କଶ ସ୍ୱରରେ କହୁଥିବା ବ୍ୟକ୍ତି
କିଛି ଲୋକ ଯେବେ କଥା କୁହନ୍ତି, ତାହା ଶ୍ରୁତି ମଧୁର ହୋଇ ନ ଥାଏ। ତାଙ୍କ କଥାରେ କର୍କଶତା ରହିଥାଏ। କୁହାଯାଏ, ଏପରି ବ୍ୟକ୍ତି ଝଗଡ଼ା କରିବା ସ୍ୱଭାବର, ଦୁଃଖୀ ଓ ଲକ୍ଷ୍ୟହୀନ ହୋଇଥା'ନ୍ତି। ଏମାନଙ୍କର ସ୍ୱଭାବ ସିଂହ ପରି ହୋଇଥାଏ। ଏମାନେ ବିଦ୍ୱାନ୍‌, ଜ୍ଞାନୀ ଓ ଅଧ୍ୟୟନ କରୁଥିବା ବ୍ୟକ୍ତି ହୋଇଥା'ନ୍ତି।

୪. ଧୀରେ କଥା କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, ଧୀରେ କଥା କହୁଥିବା ବ୍ୟକ୍ତି ଅଜ୍ଞାନ, ସଙ୍କୁଚିତ ବୁଦ୍ଧି, ଧୂର୍ତ୍ତ, କାମଚୋର ଓ ଅସଫଳ ହୋଇଥା'ନ୍ତି।

ତେବେ ଗମ୍ଭୀର ଓ ସନ୍ତୁଳିତ ସ୍ୱରରେ କଥା କହୁଥିବା ବ୍ୟକ୍ତି ହିଁ ଜୀବନରେ ଉଚ୍ଚ ସ୍ଥାନରେ ରହିଥା'ନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି। ଏହା ସହିତ ଏମାନେ ସମାଜ ସେବା କାମରେ ଭାଗ ନେଇଥା'ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos