Advertisment

ଶୋଇବା ସମୟରେ କରନ୍ତୁ ନାହିଁ ଏପରି ଭୁଲ୍‌, ମାଡ଼ି ଆସିବ ବିପତ୍ତି

ବାସ୍ତୁ ଅନୁଯାୟୀ ନିଜକୁ ତଥା ନିଜ ଘରକୁ ବ୍ୟବସ୍ଥିତ କରି ରଖିଲେ ନିହାତି ଭାବେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଘରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ରହିଥାଏ । ସକାରାତ୍ମକ ଶକ୍ତିରୁ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। କିନ୍ତୁ ନକାରାତ୍ମକ ଶକ୍ତି ଯୋଗୁ ନାନା ସମସ୍ୟା ସହିତ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେବଳ ସକାଳୁ ରାତି ପର୍ଯ୍ୟନ୍ତ ଆମେ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ନୁହେଁ, ଶୋଇବା […]

ଅଦ୍ୟତନ ହୋଇଛି
ଦିନକୁ ୩୦ ମିନିଟ୍‌ ଶୋଇପାରିବେ କର୍ମଚାରୀ, ଘୋଷଣା କଲା ଏହି କମ୍ପାନୀ

sleeping

Advertisment

ବାସ୍ତୁ ଅନୁଯାୟୀ ନିଜକୁ ତଥା ନିଜ ଘରକୁ ବ୍ୟବସ୍ଥିତ କରି ରଖିଲେ ନିହାତି ଭାବେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଘରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ରହିଥାଏ । ସକାରାତ୍ମକ ଶକ୍ତିରୁ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। କିନ୍ତୁ ନକାରାତ୍ମକ ଶକ୍ତି ଯୋଗୁ ନାନା ସମସ୍ୟା ସହିତ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Advertisment

କେବଳ ସକାଳୁ ରାତି ପର୍ଯ୍ୟନ୍ତ ଆମେ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ନୁହେଁ, ଶୋଇବା ସମୟରେ ମଧ୍ୟ ଆମେ ଅଜାଣତରେ ଏମିତି କିଛି ଭୁଲ୍‌ କରିଦେଇଥାଉ, ଯାହାର ପରିଣାମ ଭଲ ହୋଇ ନ ଥାଏ ।

  • ବହୁ ସମୟରେ ପିଲାମାନେ ରାତିରେ ବେଡ୍‌ ଉପରେ ପାଠ ପଢ଼ୁଥିବା ବେଳେ  ମୁଣ୍ଡ ଉପରେ ବହି ରଖି ଶୋଇ ପଡ଼ିଥା’ନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ମା’ ସରସ୍ୱତୀଙ୍କ ଅପମାନ। ଏହାକୁ ଅଶୁଭ ବୋଲି ଧରା ଯାଇଥାଏ। ଏହା ଦ୍ୱାରା ପିଲାଙ୍କ ପରୀକ୍ଷା ଫଳ ତଥା କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ସବୁବେଳେ ସତର୍କ ରହୁନ୍ତୁ। ବହିକୁ ଯଥା ସ୍ଥାନରେ ରଖି ଶୋଇବାକୁ ଯାଆନ୍ତୁ।
  • ବାସ୍ତୁ ଅନୁଯାୟୀ, ବେଡ୍‌ ନିକଟରେ ଜୋତା କିମ୍ବା ଚପଲ ରଖିବା ଉଚିତ ନୁହେଁ। ବେଳେବେଳେ ଆମେ ଘରେ ପିନ୍ଧା ଚପଲକୁ ବେଡର ଠିକ୍‌ ନିକଟରେ ରଖି ଶୋଇପଡ଼ନ୍ତି। କିନ୍ତୁ ଏହା କରିବା ବହୁତ ବଡ଼ ଭୁଲ୍‌। ଏହାଯୋଗୁ ଆର୍ଥିକ ସହିତ ଶାରୀରିକ ସମସ୍ୟା ଉପୁଜିପାରେ। ଏହା ସହିତ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡ଼ିପାରେ।
  • ବେଳେବେଳେ ବାହାରୁ ଫେରିବା ବିଳମ୍ବ ହେଲେ ଅତ୍ୟଧିକ ହାଲିଆ ହେତୁ ଆମେ ଯଥାସ୍ଥାନରେ ସବୁ ଜିନିଷକୁ ରଖିବାକୁ ଭୁଲି ଯାଇଥାଉ। ଏପରିକି ବେଳେ ବେଳେ ମୁଣ୍ଡ ପାଖରେ ପର୍ସ ରଖି ଶୋଇ ଯାଇଥାଉ। ଏହାଦ୍ୱାରା ବିଭିନ୍ନ ବାସ୍ତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ସବୁବେଳେ ଚେଷ୍ଟା କରିବା ଉଚିତ,  ଯେପରି ଯେତେ ବିଳମ୍ବରେ ଫେରିଲେ ବି ପର୍ସକୁ ଯଥା ସ୍ଥାନରେ ରଖିବା।
  • ଏହାବାଦ୍‌ ଶୋଇବା ସମୟରେ କୌଣସି ଗ୍ୟାଜେଟସ୍‌କୁ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଧିକ ଷ୍ଟ୍ରେଶ୍‌ ଅନୁଭୂତ ହୁଏ ଓ ନିଦ ବାରମ୍ବାର ଭାଙ୍ଗିଥାଏ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe