୨୫ ଜୁନ୍‌, ଶନିବାର: ପାରିବାରିକ ଜୀବନ ଆନନ୍ଦମୟ ହେବ

ମେଷ: ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟି ହେବ । ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ । ବୃଷ: ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତାକାରରେ ଉଚ୍ଚ ପ୍ରଶଂସିତ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟାତ କରିବା ଉଚିତ । ମିଥୁନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବା ଫଳରେ ମାନସିକ ଶାନ୍ତି […]

RASI

Niharika Rout
  • Published: Saturday, 25 June 2022
  • , Updated: 25 June 2022, 07:59 AM IST

ମେଷ: ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟି ହେବ । ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ ।

ବୃଷ: ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତାକାରରେ ଉଚ୍ଚ ପ୍ରଶଂସିତ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟାତ କରିବା ଉଚିତ ।

ମିଥୁନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବା ଫଳରେ ମାନସିକ ଶାନ୍ତି ପାଇବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ ।

କର୍କଟ: ସାଂଗଠନିକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରଶଂସା ପାଇବେ । କାରବାରରେ ସୁଧାର ଆସି ଟଙ୍କାର ଆବଶ୍ୟକତା ପୂରଣ ହେବ। ବିଦେଶ ଯାତ୍ରାରେ ସଫଳ ହେବା ସହ ଉତ୍ସାହ ଉଲ୍ଲାସରେ ଆଜି ସମୟ ଅତିବାହିତ କରିବେ ।

ସିଂହ: ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ।  ପରିବାରର କେତେକ ସମସ୍ୟା ସମାଧାନ ହୋଇ ବନ୍ଧୁଙ୍କ ସହଯୋଗରେ ସୁଖପ୍ରାପ୍ତି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ  ।

କନ୍ୟା: ବନ୍ଧୁ ମିତ୍ରଙ୍କ ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିପାରନ୍ତି। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ ।

ତୁଳା: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା:  ଆଜି ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବିଶେଷ କରି ଶ୍ୱାସଜନିତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରୁ ଅଧିକ ଲାଭ ପାଇବେ।

ଧନୁ: ବିଭିନ୍ନ କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଶରୀର ଅସୁସ୍ଥ ହୋଇପାରେ।

ମକର:  କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ହଜି ଯାଇଥିବା ଜିନିଷ ହଠାତ୍ ମିଳିଯାଇପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ମାନସିକ ଶାନ୍ତି ଅନୁଭବ କରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ।

ମୀନ: ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ସହ ସରକାରୀ କାମରେ ସଫଳତା ପାଇବେ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।

Related story