Advertisment

ଏ ବର୍ଷ ଶାସନ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭାବନା ରହିଛି କି? କ’ଣ କହୁଛି ରାଜ୍ୟର ରାଶି ଓ ନକ୍ଷତ୍ର

କ୍ରୀଡ଼ା, ସାଂସ୍କୃତିକ ଓ ଆଧାତ୍ମିକ କ୍ଷେତ୍ରରେ ବିକାଶ ଘଟିବ। ସଂକ୍ରାମକ ରୋଗ ହ୍ରାସ ପାଇବ।

author-image
Jitendra Garnayak
Bhubaneswar

Bhubaneswar

ଆଜିଠାରୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୪। ଏ ବର୍ଷଟି ଆମ ରାଜ୍ୟ ତଥା ଦେଶ ପାଇଁ କେମିତି ରହିବ, ତାହା ଆଗକୁ ଜଣାପଡ଼ିବ। ତେବେ ରାଶି ନକ୍ଷତ୍ରକୁ ବିଚାରକୁ ନେଇ ଜ୍ୟୋତିର୍ବିଦମାନେ କ’ଣ ଆକଳନ କରିଛନ୍ତି, ଜାଣି ନିଅନ୍ତୁ। ସେହିଭଳି ବିଶ୍ୱର ସ୍ଥିତି କ’ଣ ରହିବ, ତାହା ବି ଜାଣି ନିଅନ୍ତୁ।

Advertisment

ଓଡ଼ିଶା
ରାଶି ନକ୍ଷତ୍ରକୁ ବିଚାର କଲେ ଓଡିଶା ପାଇଁ ଏ ବର୍ଷଟି ଭଲ ରହିବ। ବିଶ୍ୱସ୍ତରରେ ଓଡ଼ିଶା ସୁନାମ ଅର୍ଜନ କରିବ। ଏହା ସମୃଦ୍ଧିର ବର୍ଷ ହେବ। ତେବେ ରାଜ୍ୟରେ ମରୁଡ଼ି ସହ ବନ୍ୟା ବିତ୍ପାତ ବି ଦେଖା ଦେଇପାରେ।

ଶନି-ବୃହସ୍ପତି ଯୋଗରୁ ଶାସନ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭାବନା ରହିଛି। ଶାସନତନ୍ତ୍ର ଅଡୁଆରେ ପଡ଼ିବ। ବହୁ ନୂଆ ମୁହଁ ଦେଖିବାକୁ ମିଳିବେ। ନେତୃତ୍ୱ ପରିବର୍ତ୍ତନର ସମ୍ଭାବନା ଅଧିକ ରହିଛି।

Advertisment

କ୍ରୀଡ଼ା, ସାଂସ୍କୃତିକ ଓ ଆଧାତ୍ମିକ କ୍ଷେତ୍ରରେ ବିକାଶ ଘଟିବ। ସଂକ୍ରାମକ ରୋଗ ହ୍ରାସ ପାଇବ। ନୂତନ ପ୍ରକଳ୍ପ ବସିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ପ୍ରଭାବିତ କରିପାରେ। ଜୁଲାଇରୁ ଡିସେମ୍ବର ମଧ୍ୟରେ ଅତିବୃଷ୍ଟି ଓ ବଜ୍ରାଘାତ ଡର ରହିଛି। ଏବର୍ଷ ୨ ସୂର୍ଯ୍ୟୋପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ସଂଗଠିତ ହେବ।

ଭାରତ
କର୍କଟ ରାଶି ବୃଷ ଲଗ୍ନ ଯୋଗୁ ଭାରତ ପାଇଁ ଏ ବର୍ଷ ମଙ୍ଗଳମୟ ହେବ। ଭାରତରେ ବୃହସ୍ପତି ଓ ଶନିଙ୍କ ପ୍ରଭାବ ବିଶେଷ ପରିଲକ୍ଷିତ ହେବ। ଶୁକ୍ର ମଧ୍ୟମ ଫଳ ଦେବେ।

ଶିଳ୍ପାୟନ ବଢ଼ିବ। ପୁଞ୍ଜି ନିବେଶ ବଢ଼ିବ। ସରକାରଙ୍କ ନୀତି ଜନହିତକର ହେବ। ଚୀନ ଓ ପାକିସ୍ତାନ ସହ ତିକ୍ତତା ଥିଲେ ବି ସରକାର ସ୍ଥିର ଶାସନ ଦେବେ। ନିର୍ବାଚନ ବର୍ଷ ଥିବାରୁ କେନ୍ଦ୍ରରେ ଦୃଢ଼ ସରକାର ଗଠନ ହେବାର ସମ୍ଭାବନା ରହିଛି।

ଆତଙ୍କବାଦୀ ଆକ୍ରମଣ ଓ ସାଂପ୍ରଦାୟିକ ବିଦ୍ରୋହରେ ବ୍ରେକ୍ ଲାଗିପାରେ। ବିଶ୍ୱରେ ମାନ୍ଦାବସ୍ଥା ସତ୍ତ୍ୱେ ଭାରତର ଅର୍ଥନୀତି ଶକ୍ତିଶାଳୀ ହେବ। ଅନିୟମିତ ବର୍ଷା ଯୋଗୁଁ କୃଷି କ୍ଷେତ୍ର ଅଧିକ ପ୍ରଭାବିତ ହୋଇପାରେ। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆହୁରି ପ୍ରସିଦ୍ଧି ଲାଭ କରିବ। ସ୍ୱାସ୍ଥ୍ୟ ସମସ୍ୟା ଓ ସଂକ୍ରାମକ ରୋଗ ନିଶ୍ଚୟ ଭାବେ ଦମନ ହୋଇ ରହିବ।

ବିଶ୍ୱ
ବିଶ୍ୱବାସୀ ଯୁଦ୍ଧ ବିଭୀଷିକାର କୁଫଳ ଭୋଗିବା ସମ୍ଭାବନା ରହିଛି। ଶନିଙ୍କ ସ୍ଥିତି ଦେଖିଲେ ଦେଶ-ଦେଶ ଭିତରେ ଲାଗିବ ରହିବ ଶୀତଳ ଯୁଦ୍ଧ। ପରିବେଶ ପ୍ରଦୂଷଣ ଓ ସମୁଦ୍ର ଜଳସ୍ତର ବୃଦ୍ଧି ଘଟିବ। ଭୂମିକମ୍ପ, ଆଗ୍ନେୟ ଉଦ୍‌ଗୀରଣ, ଅଧିକ ବୃଷ୍ଟି ଓ ବନ୍ୟା ଡର ରହିଛି।

ବିଶ୍ୱ ପାଇଁ ଆର୍ଥିକ ସଙ୍କଟର ବର୍ଷ ହେବ ୨୦୨୪। ଏପ୍ରିଲରୁ ଜୁଲାଇ ଓ ଅକ୍ଟୋବରରୁ ଜାନୁଆରୀ ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତି ଦେଖାଦେବ। ବିଶ୍ୱ ରାଜନୀତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ ସମ୍ଭାବନା ରହିଛି। ୟୁରୋପ ଓ ଆମେରିକାରେ ରାଜନୀତିକ ଅସ୍ଥିରତା ଦେଖା ଦେବ। ଚିକିତ୍ସା, ମହାକାଶ ଗବେଷଣା ଓ ସାମରିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ।

Odisha India Astrology