‌୧ଜୁନ୍, ସୋମବାର: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଉତ୍ସାହ ପ୍ରେରଣା ଲାଭ କରିବେ। ଗୁରୁଜନମାନଙ୍କ ପାଦସ୍ପର୍ଶ କରି ପ୍ରଣାମ କରନ୍ତୁ। ବୃଷ: ପରିବାରରେ ଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ପରିଶ୍ରମ ତୁଳନାରେ ଉଚିତ ପାରିଶ୍ରମିକ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ନିବେଶ କରିବେ। ମିଥୁନ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ। କର୍କଟ: ପିଲାମାନଙ୍କ କାର୍ଯ୍ୟ ସନ୍ତୋଷ ଜନକ […]

Astrology

Jyoshna Pradhan
  • Published: Monday, 01 June 2020
  • , Updated: 01 June 2020, 08:03 AM IST

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଉତ୍ସାହ ପ୍ରେରଣା ଲାଭ କରିବେ। ଗୁରୁଜନମାନଙ୍କ ପାଦସ୍ପର୍ଶ କରି ପ୍ରଣାମ କରନ୍ତୁ।

ବୃଷ: ପରିବାରରେ ଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ପରିଶ୍ରମ ତୁଳନାରେ ଉଚିତ ପାରିଶ୍ରମିକ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ନିବେଶ କରିବେ।

ମିଥୁନ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ।

କର୍କଟ: ପିଲାମାନଙ୍କ କାର୍ଯ୍ୟ ସନ୍ତୋଷ ଜନକ ହେବ। ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ।

ସିଂହ: ଦେହ ମନ ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ଅଗ୍ରଗତି କରିବେ।

କନ୍ୟା: ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି। ମାନ-ସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ।

ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ।  ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଜମିଜମା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ। ପାରିବାରିକ ଜୀବନରେ ଅଯଥା ଝ଼ଡଝଞ୍ଜା ଦେଖାଦେଇପାରେ।

ବିଛା: ଜନ ସମାଜରେ ମାନ-ସମ୍ମାନ, ଯଶ ଗୌରବ ଅର୍ଜନ କରିବେ। ନିର୍ମାଣାଧୀନ କାର୍ଯ୍ୟକୁ ତ୍ୱାରାନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାମରେ  ହାତ ଦେବେ ସେଥିରେ ସଫଳତା ଲାଭ କରିବେ।

ଧନୁ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସନ୍ତାନମାନେ ଆଜ୍ଞାଧୀନ ହେବେ। ମହିଳାମାନେ କାମ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ,ନଚେତ୍ ବିପଦରେ ପଡିଯାଇପାରନ୍ତି।

ମକର: ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ମଧୁମୟ ହେବ। ଅଣ୍ଟା, ଆଣ୍ଠୁ କିମ୍ବା ପାଦରେ ପୀଡା ଦେଖାଦେଇପାରେ।

କୁମ୍ଭ: ଶରୀର ସୁସ୍ଥ ରହିବ। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ। ମା’ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ: ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।  ଅପରାହ୍ଣ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

Related story