ଜୁଲାଇ ୧୦, ଶୁକ୍ରବାର: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ

ମେଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ। ମାନ-ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ବୃଷ: ବରିଷ୍ଠ ବ୍ୟକ୍ତିଙ୍କ ସହିତ ସଂପର୍କ ସୁଦୃଢ଼ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ଆର୍ଥିକ ସହଯୋଗ ମିଳିବ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। କର୍କଟ: ଅଟକି ଯାଇଥିବା କାମ ସଂପୂର୍ଣ୍ଣ ହେବ। ଗୃହରେ ଶୁଭ କାର୍ଯ୍ୟର ସମାଧାନ  ହୋଇପାରେ। କୁକୁରକୁ କିଛି […]

astrology

Jyoshna Pradhan
  • Published: Friday, 10 July 2020
  • , Updated: 10 July 2020, 04:30 PM IST

ମେଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ। ମାନ-ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।

ବୃଷ: ବରିଷ୍ଠ ବ୍ୟକ୍ତିଙ୍କ ସହିତ ସଂପର୍କ ସୁଦୃଢ଼ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଆର୍ଥିକ ସହଯୋଗ ମିଳିବ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ।

କର୍କଟ: ଅଟକି ଯାଇଥିବା କାମ ସଂପୂର୍ଣ୍ଣ ହେବ। ଗୃହରେ ଶୁଭ କାର୍ଯ୍ୟର ସମାଧାନ  ହୋଇପାରେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ମନ ଖୁସି ରହିବ। ଶତ୍ରୁମାନେ ଦୂରେଇଯିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଋଣ ପରିଶୋଧ କରିବେ। ନିଜର ଦକ୍ଷତା ପ୍ରଦର୍ଶନ କରିବେ। ପାରିବାରିକ ସମସ୍ୟା  ଦୂର ହୋଇଯିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା: ବନ୍ଧୁଙ୍କ ଦ୍ୱାରା ସହଯୋଗ ଲାଭ କରିବେ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଛା: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପିଲାମାନଙ୍କୁ ନେଇ ଚିନ୍ତା ବଢ଼ିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ଧନୁ ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।  ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ମନ ବିଚଳିତ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ।

କୁମ୍ଭ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦ୍ୱନ୍ଦ୍ୱ ଭିତରେ ରହିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

ମୀନ: ବ୍ୟସ୍ତତା ଭିତରେ ଦିନଟି କଟିବ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

 

Related story