ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜ୍ଜନ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ।
ବୃଷ: ସମୟ ସହିତ ତାଳ ଦେଇ ଚାଲିବେ। ମନ ପ୍ରସନ୍ନ ରହିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ଇର୍ଷାଳୁ ହେବା କାରଣରୁ ଚାପଗ୍ରସ୍ତ ରହିବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଦିନଟି ସତର୍କରେ ଚଳିବାକୁ ହେବ।
ସିଂହ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
କନ୍ୟା: ଉଚ୍ଚ କର୍ମକର୍ତ୍ତାଙ୍କ ଠାରୁ ପ୍ରଶଂସିତ ହେବେ। ଭାଇମାନଙ୍କ ଉପରେ ସ୍ନେହ ଭାବ ବଢିବ।
ତୁଳା: କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। କାହାକୁ କଟୁଶଦ୍ଦ ବ୍ୟବହାର କରନ୍ତୁ ନାହିଁ।
ବିଛା: ଦାନ ସ୍ୱଭାବର ହେବେ। କୃଷିକର୍ମ ପାଇଁ ମନ ବଳିବ। ଘରର ଦାୟିତ୍ୱ ନିଜ ମୁଣ୍ଡକୁ ନେଇପାରନ୍ତି।
ଧନୁ: ମଧୁରଭାଷୀ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଛୋଟ ଭାଇଙ୍କ ଠାରୁ ସମ୍ମାନ ମିଳିବ।
ମକର: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଭାଗ୍ୟଶାଳୀ ହେବେ। ଗୃହରେ ଶାନ୍ତ ବାତାବରଣ ରହିବ। ଦିନ ମଜୁରିଆଙ୍କୁ ଅନ୍ନଦାନ କରନ୍ତୁ।
କୁମ୍ଭ: ଆୟର ମାତ୍ରା ଅଧିକ ରହିବ। ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି। ନିଜ ପିତାଙ୍କ ଠାରୁ ସ୍ନେହ ମିଳିବ। ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ: ଅତି ଆବଶ୍ୟକ ଦ୍ରବ୍ୟ କ୍ରୟରେ ଅଧିକ ଖର୍ଚ୍ଚାନ୍ତ ହେବେ। ଏକାନ୍ତରେ ରହିବାକୁ ଭଲ ପାଇବେ। ଅପମାନ ହେବାର ଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।