୧୫ ମେ’ ଶୁକ୍ରବାର: ମନ ପ୍ରସନ୍ନ ରହିବ

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜ୍ଜନ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ବୃଷ: ସମୟ ସହିତ ତାଳ ଦେଇ  ଚାଲିବେ। ମନ ପ୍ରସନ୍ନ ରହିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ: ଇର୍ଷାଳୁ ହେବା କାରଣରୁ ଚାପଗ୍ରସ୍ତ ରହିବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଦିନଟି ସତର୍କରେ ଚଳିବାକୁ ହେବ। ସିଂହ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି […]

astrology

Jyoshna Pradhan
  • Published: Friday, 15 May 2020
  • , Updated: 15 May 2020, 07:25 AM IST

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜ୍ଜନ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ।

ବୃଷ: ସମୟ ସହିତ ତାଳ ଦେଇ  ଚାଲିବେ। ମନ ପ୍ରସନ୍ନ ରହିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଇର୍ଷାଳୁ ହେବା କାରଣରୁ ଚାପଗ୍ରସ୍ତ ରହିବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଦିନଟି ସତର୍କରେ ଚଳିବାକୁ ହେବ।

ସିଂହ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: ଉଚ୍ଚ କର୍ମକର୍ତ୍ତାଙ୍କ ଠାରୁ ପ୍ରଶଂସିତ ହେବେ। ଭାଇମାନଙ୍କ ଉପରେ ସ୍ନେହ ଭାବ ବଢିବ।

ତୁଳା: କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। କାହାକୁ  କଟୁଶଦ୍ଦ ବ୍ୟବହାର କରନ୍ତୁ ନାହିଁ।

ବିଛା:  ଦାନ ସ୍ୱଭାବର ହେବେ। କୃଷିକର୍ମ ପାଇଁ ମନ ବଳିବ। ଘରର ଦାୟିତ୍ୱ ନିଜ ମୁଣ୍ଡକୁ ନେଇପାରନ୍ତି।

ଧନୁ:  ମଧୁରଭାଷୀ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଛୋଟ ଭାଇଙ୍କ ଠାରୁ ସମ୍ମାନ ମିଳିବ।

ମକର: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଭାଗ୍ୟଶାଳୀ ହେବେ। ଗୃହରେ  ଶାନ୍ତ ବାତାବରଣ ରହିବ। ଦିନ ମଜୁରିଆଙ୍କୁ ଅନ୍ନଦାନ କରନ୍ତୁ।

କୁମ୍ଭ: ଆୟର ମାତ୍ରା ଅଧିକ ରହିବ। ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି। ନିଜ ପିତାଙ୍କ ଠାରୁ ସ୍ନେହ ମିଳିବ। ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:  ଅତି ଆବଶ୍ୟକ ଦ୍ରବ୍ୟ କ୍ରୟରେ ଅଧିକ  ଖର୍ଚ୍ଚାନ୍ତ ହେବେ। ଏକାନ୍ତରେ ରହିବାକୁ ଭଲ ପାଇବେ। ଅପମାନ ହେବାର ଯୋଗ ରହିଛି।

 

Related story