୧୬ ମାର୍ଚ୍ଚ, ସୋମବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ବୃଷ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଖର୍ଚ୍ଚ ବଢ଼ିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କର୍କଟ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ସିଂହ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ […]

astro-1-2-

Jyoshna Pradhan
  • Published: Monday, 16 March 2020
  • , Updated: 15 June 2020, 07:47 AM IST

ମେଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ।

ବୃଷ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଖର୍ଚ୍ଚ ବଢ଼ିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କର୍କଟ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ।

ସିଂହ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

କନ୍ୟା:  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଛାତ୍ରଛାତ୍ରୀଙ୍କମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: ମାନ-ସମ୍ମାନ ମିଳିବ। କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ଧନୁ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ।

ମକର: ଅଳସୁଆ ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଭାଗ୍ୟ ବୃଦ୍ଧି ହେବ।

କୁମ୍ଭ: ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

ମୀନ:  ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦ୍ୱନ୍ଦ୍ୱ ଭିତରେ ରହିବେ।

 

Related story