୧୬ ମେ’, ଶନିବାର: ସାରାଦିନ କାର୍ଯ୍ୟରେ ବ୍ୟସ୍ତ ରହିବେ

ମେଷ: ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବୃଷ: ସାରାଦିନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସୁସମ୍ବାଦ ପାଇ ଖୁସି ହେବେ। କୌଣସି ବିବାଦକୁ ପଶନ୍ତୁ ନାହିଁ। ମିଥୁନ: ସେବାମୂଳକ କାର୍ଯ୍ୟରେ ନିୟୋଜିତ ହେବେ। ଧର୍ମକାର୍ଯ୍ୟ ପାଇଁ ମନ ବଳାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗାଈକୁ ଖାଇବାକୁ ଦିଅନ୍ତୁ। କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। […]

astrology

Jyoshna Pradhan
  • Published: Saturday, 16 May 2020
  • , Updated: 16 May 2020, 08:18 AM IST

ମେଷ: ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

ବୃଷ: ସାରାଦିନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସୁସମ୍ବାଦ ପାଇ ଖୁସି ହେବେ। କୌଣସି ବିବାଦକୁ ପଶନ୍ତୁ ନାହିଁ।

ମିଥୁନ: ସେବାମୂଳକ କାର୍ଯ୍ୟରେ ନିୟୋଜିତ ହେବେ। ଧର୍ମକାର୍ଯ୍ୟ ପାଇଁ ମନ ବଳାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଦୃଢ଼ ମନୋବଳ ନେଇ କାମ କରନ୍ତୁ।

ସିଂହ: ସୁଖକର ଘଟଣାମାନ ଘଟିବ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପତ୍ନୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଶୁଭ ହେବ।

କନ୍ୟା: ଶତ୍ରୁ କାର୍ଯ୍ୟକଳାପରେ କ୍ରୋଧିତ ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ମାନସିକ ଶାନ୍ତି ଫେରିପାଇବେ।

ତୁଳା: ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳ ହେବ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଶୁଭ ଖବର ପାଇ ଖୁସି ହେବେ।

ବିଛା:  ଉପୁଜିଥିବା ବିବାଦର ସମାଧାନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ।

ଧନୁ: କାର୍ଯ୍ୟାଳୟରେ ପ୍ରାଧାନ୍ୟ ବିସ୍ତାର କରିବେ। ଆର୍ଥିକ ସ୍ୱଚ୍ଛଳତା ଦେଖାଯିବ। ଅଶାନ୍ତିର ମାତ୍ରା ହ୍ରାସ ପାଇବ।

ମକର: ମାନ-ସମ୍ମାନ ମିଳିବ। ଭାଗ୍ୟଶାଳୀ ହେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ: ସରକାରୀ ସୂତ୍ରରୁ ଲାଭବାନ ହେବେ। ଚିନ୍ତାଧାରା ଉନ୍ନତ ମାନର ହେବ। ମାନସିକ ରୋଗୀଙ୍କ ସେବା କରନ୍ତୁ।

ମୀନ: ଶୁଭ କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ହେବ। ଉଚ୍ଚ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

 

 

 

Related story