୧୭ ଏପ୍ରିଲ୍‌, ଶୁକ୍ରବାର: କମ୍ କଥା କହିବାକୁ ଚେଷ୍ଟା କରନ୍ତୁ

ମେଷ: ଜଟିଳ କାର୍ଯ୍ୟରେ ସୁଧାର ଆଣିପାରନ୍ତି। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଲକ୍‌ଡାଉନ୍‌ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ କାର୍ଯ୍ୟସ୍ଥଳରେ ପ୍ରଶଂସିତ ହେବେ। ଦାନ ଧର୍ମ ପ୍ରତି ମନ ବଳିବ। ମିଥୁନ: ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ। ଉତ୍ତମ ମିତ୍ରଙ୍କ ସହ ଫୋନ୍‌ ଯୋଗେ କଥା ହୋଇପାରନ୍ତି। ଧର୍ମ ଗ୍ରନ୍ଥ ପଢ଼ିବା ପାଇଁ ମନ […]

astrology

astrology

Jyoshna Pradhan
  • Published: Friday, 17 April 2020
  • Updated: 19 April 2020, 07:40 AM IST

Sports

Latest News

ମେଷ: ଜଟିଳ କାର୍ଯ୍ୟରେ ସୁଧାର ଆଣିପାରନ୍ତି। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଲକ୍‌ଡାଉନ୍‌ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ କାର୍ଯ୍ୟସ୍ଥଳରେ ପ୍ରଶଂସିତ ହେବେ। ଦାନ ଧର୍ମ ପ୍ରତି ମନ ବଳିବ।

ମିଥୁନ: ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ। ଉତ୍ତମ ମିତ୍ରଙ୍କ ସହ ଫୋନ୍‌ ଯୋଗେ କଥା ହୋଇପାରନ୍ତି। ଧର୍ମ ଗ୍ରନ୍ଥ ପଢ଼ିବା ପାଇଁ ମନ ବଳାଇବେ।

କର୍କଟ: କାଶ ଓ କଫର ଶିକାର ହୋଇପାରନ୍ତି। କମ୍ କଥା କହିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ମାନ୍ଦା ରହିବ।

ସିଂହ: ମନୋବଳ ଦୃଢ଼ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ପାଇବେ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ।

କନ୍ୟା: ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶାରୀରିକ ଅସୁସ୍ଥତା କୌଣସି କ୍ଷତି କରିବ ନାହିଁ। ସୁରକ୍ଷାକର୍ମୀଙ୍କୁ ସହଯୋଗ କରନ୍ତୁ।

ତୁଳା: ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ହୋଇପାରେ। ଲୋକପ୍ରିୟତା ହାସଲ କରିବେ।

ବିଛା: ଉଚ୍ଚ ପ୍ରଶଂସା ଲାଭ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ। ସରକାରୀ ସ୍ତରରୁ ଲାଭ ମିଳିବ।

ଧନୁ: ନୂତନ ବନ୍ଧୁଙ୍କ ସହ ଆଲୋଚନା ହେବ। କାର୍ଯ୍ୟ ଦକ୍ଷତା ବଢ଼ିବ। ନିଜର ଅହଙ୍କାର ଯୋଗୁ ଅପମାନିତ ହେବେ।

ମକର: ରୋଜଗାର ବୃଦ୍ଧି ହୋଇପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ରହିବ। ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ: ମନ ସ୍ଥିର ରହିବ। କର୍ମକ୍ଷେତ୍ରରେ ସବୁ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦିତ ହେବ। ଦିନଟି ବ୍ୟସ୍ତତା ଭିତରେ କଟିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଆୟଠାରୁ ବ୍ୟୟ ବଢ଼ିବ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଅସୁସ୍ଥ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos