ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସଂପୂର୍ଣ୍ଣ ହୋଇପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।
ବୃଷ: ମନ ଖୁସି ରହିବ। ରାଜନୀତିରେ ଲାଭ ପାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମିଥୁନ: ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ପ୍ରେମ ସମ୍ବନ୍ଧ ଆଗକୁ ବଢ଼ିବ। ଗାଈକୁ ଖାଇବାକୁ ଦିଅନ୍ତୁ।
କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ସିଂହ: ବଡ଼ଲୋକଙ୍କ ସହ ବାର୍ତ୍ତାଳାପ ଲାଭପ୍ରଦ ହେବ। ସ୍ୱାମୀସ୍ତ୍ରୀଙ୍କ ସଂପର୍କ ସୁଦୃଢ ରହିବ।
କନ୍ୟା: ରୋଗ ପ୍ରତିରୋଧକ ଶକ୍ତି ବଢିବ। ସୁରକ୍ଷାକର୍ମୀମାନଙ୍କ ପାଇଁ ଶୁଭ ସମାଚାର ମିଳିବ।
ତୁଳା: ଶତ୍ରୁମାନଙ୍କ ଶତ୍ରୁତା ନାଶ ହେବ। ପୁରୁଣା ରୋଗର ନିରାକରଣ ହେବ। ସରକାରୀ ସାହାଯ୍ୟ ପାଇବାରେ ବ୍ୟାଘାତ ସୃଷ୍ଟି ହେବ।
ବିଛା: ଗୁରୁଜନଙ୍କ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ସଫଳତା ଦେବ। ସିନେ କଳାକାରମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
ଧନୁ: ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। ଚାକିରିଆମାନେ ସମସ୍ୟାର ସମ୍ମୁଖୀନ ହେବେ।
ମକର: ନୂତନ କର୍ମସଂସ୍ଥା ପାଇଁ ଯୋଜନା କରିପାରନ୍ତି। ବହୁଦିନର ବନ୍ଧୁଙ୍କ ସହ ବାର୍ତ୍ତାଳାପ କରିପାରନ୍ତି। କର୍ମକ୍ଷେତ୍ରରେ ଶାନ୍ତି ପାଇବେ।
କୁମ୍ଭ: ପରିବାରରେ ଖୁସିର ମାହୋଲ ଦେଖାଯିବ। ବାକ୍ ସଂଯମତା ରକ୍ଷା କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ: ମନ ପ୍ରଫୁଲ୍ଲ ରହିବ। ନିଜର କାମ ଦେଖି ଅନ୍ୟମାନେ ଇର୍ଷାନ୍ୱିତ ହୋଇପାରନ୍ତି। ସମାଜରେ ପ୍ରତିଷ୍ଠା ପଦମର୍ଯ୍ୟଦା ବଢ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।