୧୯ ଏପ୍ରିଲ୍‌, ରବିବାର: ଘର କାମରେ ବ୍ୟସ୍ତ ରହିବେ

ମେଷ: ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟରେ ଆଗୁଆ ରହିବେ। ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ। ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ। ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଶ୍ରାମ ନେଇ ନପାରନ୍ତି। ଲକ୍‌ଡାଉନ୍‌ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ଅଫିସ କାର୍ଯ୍ୟରେ ସମ୍ମାନିତ ହେବେ। ଡାକ୍ତରମାନେ ପୁରସ୍କୃତ ହେବେ। ମିଥୁନ: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ତର୍କ କରିପାରନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ଘଟିବ। ସରକାରଙ୍କ ନୀତି ଓ ନିୟମକୁ ପାଳନ କରନ୍ତୁ। […]

astrology

astrology

Jyoshna Pradhan
  • Published: Sunday, 19 April 2020
  • Updated: 19 April 2020, 07:42 AM IST

ମେଷ: ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟରେ ଆଗୁଆ ରହିବେ। ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ। ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ।

ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଶ୍ରାମ ନେଇ ନପାରନ୍ତି। ଲକ୍‌ଡାଉନ୍‌ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ଅଫିସ କାର୍ଯ୍ୟରେ ସମ୍ମାନିତ ହେବେ। ଡାକ୍ତରମାନେ ପୁରସ୍କୃତ ହେବେ।

ମିଥୁନ: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ତର୍କ କରିପାରନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ଘଟିବ। ସରକାରଙ୍କ ନୀତି ଓ ନିୟମକୁ ପାଳନ କରନ୍ତୁ।

କର୍କଟ: ସ୍ୱାସ୍ଥ୍ୟ ଜନିତ ଚିନ୍ତା ବଢ଼ିବ। ଥଣ୍ଡା ଓ କଫ ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ମନକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ।

ସିଂହ: ଅତି ପ୍ରିୟ ବନ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇପାରନ୍ତି। ବିରୋଧାତ୍ମକ ଶକ୍ତି ଆପଣଙ୍କର କିଛି କରିପାରିବ ନାହଁ। ଗୃହ କାର୍ଯ୍ୟରେ ମହିଳାମାନେ ବ୍ୟସ୍ତ ରହିବେ।

କନ୍ୟା: ଶତ୍ରୁଙ୍କୁ ପରାଜିତ କରି ଶାନ୍ତି ପାଇବେ। ପରିଶ୍ରମ ସଫଳ ହେବ।  ରୋଗ ଜନିତ ପରୀକ୍ଷାରେ କୌଣସି ସମସ୍ୟା ଦେଖାଯିବନି।

ତୁଳା: ବିଚାର ବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଦେଶରେ ଥିବା ସନ୍ତାନଙ୍କଠାରୁ ସୁସମ୍ବାଦ ମିଳିବ।

ବିଛା: କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘର ଭିତରେ ସାମାନ୍ୟ ଅଶାନ୍ତି ଦେଖାଯିବ। ଆଧ୍ୟାତ୍ମିକତା ପ୍ରତି ମନ ବଳିବ।

ଧନୁ: ପ୍ରବଳ ଇଚ୍ଛାଶକ୍ତି ଯୋଗୁ କାର୍ଯ୍ୟସାଧନ ହେବ।  ମିଥ୍ୟା ସମାଚାର ମନକୁ ଆନ୍ଦୋଳିତ କରିବ। ଗଣମାଧ୍ୟମର ବ୍ୟକ୍ତିମାନେ ସାହାସୀ ହେବେ।

ମକର: ଘର କାମରେ ବ୍ୟସ୍ତ ରହିବେ। ଉତ୍ତମ ଭୋଜନ ଦ୍ୱାରା ଆତ୍ମତୃପ୍ତି ପାଇବେ। ସ୍ତ୍ରୀଙ୍କଠାରୁ ସହଯୋଗ ମିଳିବ।

କୁମ୍ଭ: ମନରେ ଭୟ ସୃଷ୍ଟି ହୋଇପାରେ। ମାମୁଘର ପକ୍ଷରୁ କୌଣସି ଅଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ର ମାନ୍ଦା ରହିବ।

ମୀନ: ଅପମାନିତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ମୋବାଇଲ୍ ଯୋଗେ ପ୍ରେମାଳାପ ମହଙ୍ଗା ପଡ଼ିପାରେ। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos