ମେଷ: ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟରେ ଆଗୁଆ ରହିବେ। ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ। ଦେବ ପୂଜା ପ୍ରତି ଆଗ୍ରହ ବଢ଼ିବ।
ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଶ୍ରାମ ନେଇ ନପାରନ୍ତି। ଲକ୍ଡାଉନ୍ ସତ୍ତ୍ୱେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ଅଫିସ କାର୍ଯ୍ୟରେ ସମ୍ମାନିତ ହେବେ। ଡାକ୍ତରମାନେ ପୁରସ୍କୃତ ହେବେ।
ମିଥୁନ: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ତର୍କ କରିପାରନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ଘଟିବ। ସରକାରଙ୍କ ନୀତି ଓ ନିୟମକୁ ପାଳନ କରନ୍ତୁ।
କର୍କଟ: ସ୍ୱାସ୍ଥ୍ୟ ଜନିତ ଚିନ୍ତା ବଢ଼ିବ। ଥଣ୍ଡା ଓ କଫ ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ମନକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ।
ସିଂହ: ଅତି ପ୍ରିୟ ବନ୍ଧୁଙ୍କ ସହ ଫୋନ୍ରେ କଥା ହୋଇପାରନ୍ତି। ବିରୋଧାତ୍ମକ ଶକ୍ତି ଆପଣଙ୍କର କିଛି କରିପାରିବ ନାହଁ। ଗୃହ କାର୍ଯ୍ୟରେ ମହିଳାମାନେ ବ୍ୟସ୍ତ ରହିବେ।
କନ୍ୟା: ଶତ୍ରୁଙ୍କୁ ପରାଜିତ କରି ଶାନ୍ତି ପାଇବେ। ପରିଶ୍ରମ ସଫଳ ହେବ। ରୋଗ ଜନିତ ପରୀକ୍ଷାରେ କୌଣସି ସମସ୍ୟା ଦେଖାଯିବନି।
ତୁଳା: ବିଚାର ବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଦେଶରେ ଥିବା ସନ୍ତାନଙ୍କଠାରୁ ସୁସମ୍ବାଦ ମିଳିବ।
ବିଛା: କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘର ଭିତରେ ସାମାନ୍ୟ ଅଶାନ୍ତି ଦେଖାଯିବ। ଆଧ୍ୟାତ୍ମିକତା ପ୍ରତି ମନ ବଳିବ।
ଧନୁ: ପ୍ରବଳ ଇଚ୍ଛାଶକ୍ତି ଯୋଗୁ କାର୍ଯ୍ୟସାଧନ ହେବ। ମିଥ୍ୟା ସମାଚାର ମନକୁ ଆନ୍ଦୋଳିତ କରିବ। ଗଣମାଧ୍ୟମର ବ୍ୟକ୍ତିମାନେ ସାହାସୀ ହେବେ।
ମକର: ଘର କାମରେ ବ୍ୟସ୍ତ ରହିବେ। ଉତ୍ତମ ଭୋଜନ ଦ୍ୱାରା ଆତ୍ମତୃପ୍ତି ପାଇବେ। ସ୍ତ୍ରୀଙ୍କଠାରୁ ସହଯୋଗ ମିଳିବ।
କୁମ୍ଭ: ମନରେ ଭୟ ସୃଷ୍ଟି ହୋଇପାରେ। ମାମୁଘର ପକ୍ଷରୁ କୌଣସି ଅଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ର ମାନ୍ଦା ରହିବ।
ମୀନ: ଅପମାନିତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ମୋବାଇଲ୍ ଯୋଗେ ପ୍ରେମାଳାପ ମହଙ୍ଗା ପଡ଼ିପାରେ। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।