ଜୁନ୍‌ ୧୯, ଶୁକ୍ରବାର: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି

ମେଷ: ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରି ପାରିବେ। ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ: ପିଲାମାନଙ୍କ କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ। ପରିବାରରେ ହସ ଖୁସିର ପରିବେଶ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି।

କନ୍ୟା: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜରେ ହୋଇଯିବ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେବ।

ତୁଳା:ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁଙ୍କ ଦ୍ୱାରା ସହାୟତା ମିଳିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ।

ବିଛା: ବିଳାସବ୍ୟସନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଶତ୍ରୁମାନେ ମିତ୍ରତାର ହାତ ବଢାଇବେ। ସ୍ୱାସ୍ଥ୍ୟରେ ଅବନତି ନେଇ ଚିନ୍ତିତ ରହିବେ।

ଧନୁ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ତରବରିଆ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସତର୍କ ନରହିଲେ ସାମୟିକ ଶାରୀରିକ ପୀଡ଼ା ଭୋଗ କରିପାରନ୍ତି।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ପାରିବାରିକ ଜୀବନ ଆନନ୍ଦରେ କଟିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ: ସାହିତ୍ୟ, କଳାକ୍ଷେତ୍ରରେ ସମ୍ମାନ ପାଇବେ। ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ଇଶ୍ୱରଙ୍କୁ ଆରଧନା କରନ୍ତୁ।

ମୀନ: ଆତ୍ମବିଶ୍ୱାସ ଓ ମନବଳ ଦୃଢ ହେବ। ଅପରାହ୍ଣ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଅଳସୁଆ ଅନୁଭବ କରିବେ।