ମେ’୨, ଶନିବାର: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ

ମେଷ: ବୁଦ୍ଧିମତାର ସହ କାମ କରି ପ୍ରଶଂସିତ ହେବେ। ଆପଣଙ୍କ କାର୍ଯ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ଲାଭ କରିବେ। କୌଣସି ଅସହାୟ ବ୍ୟକ୍ତିଙ୍କୁ  କିଛି ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: ଅନ୍ୟ ପାଇଁ କିଛି  କରିବାକୁ ଯାଇ ନିଜେ  ଦୋଷୀ ସାବ୍ୟସ୍ତ  ହେବେ। କୌଣସି ଖାଦ୍ୟର ଅନୀୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ। କର୍ମକ୍ଷେତ୍ରରେ ଭିତ୍ତିହୀନ ଆରୋପ ଓ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇପାରେ। ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ। ମହିଳାମାନଙ୍କ କାର୍ଯ୍ୟ ଜନ […]

astrological

Jyoshna Pradhan
  • Published: Saturday, 02 May 2020
  • , Updated: 02 May 2020, 07:47 AM IST

ମେଷ: ବୁଦ୍ଧିମତାର ସହ କାମ କରି ପ୍ରଶଂସିତ ହେବେ। ଆପଣଙ୍କ କାର୍ଯ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ଲାଭ କରିବେ। କୌଣସି ଅସହାୟ ବ୍ୟକ୍ତିଙ୍କୁ  କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ବୃଷ: ଅନ୍ୟ ପାଇଁ କିଛି  କରିବାକୁ ଯାଇ ନିଜେ  ଦୋଷୀ ସାବ୍ୟସ୍ତ  ହେବେ। କୌଣସି ଖାଦ୍ୟର ଅନୀୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ। କର୍ମକ୍ଷେତ୍ରରେ ଭିତ୍ତିହୀନ ଆରୋପ ଓ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇପାରେ।

ମିଥୁନ: ପରିବାରରେ ଥିବା ମନୋମାଳିନ୍ୟ ଦୂର ହୋଇଯିବ। ମହିଳାମାନଙ୍କ କାର୍ଯ୍ୟ ଜନ ସମାଜରେ ପ୍ରଶଂସନୀୟ ହେବ। ଜମିବାଡି ସୂତ୍ରରୁ  ଆୟ ବୃଦ୍ଧି ହେବ।

କର୍କଟ: ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବହୁ ପ୍ରତିକ୍ଷୀତ ଶୁଭ ସମ୍ବାଦଟି ପାଇ ଆନନ୍ଦିତ ହେବେ।

ସିଂହ: ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ଓ ମନ ପ୍ରଫୁଲ୍ଲ ରହିବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା: ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ପ୍ରଗତି  ପଥରେ ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି  ବାଧାବିଘ୍ନ  ସୃଷ୍ଟି  କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇବେ।

ତୁଳା: ରାଜନେତାମାନେ ନିଜ  ଜନ କଲ୍ୟାଣରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାକୁ  ଯୋଗ୍ୟ ବିବେଚିତ ହେବେ।

ବିଛା: ଆଶା କରୁଥିବା ଦିଗରୁ  ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ନୂତନ ବନ୍ଧୁ ସଂପର୍କ ସ୍ଥାପନ ହେବ। ଫଳରେ ମନରେ ସରସତା ଦେଖାଦେବ।

ଧନୁ:  କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

ମକର: ଯୁକ୍ତି ତର୍କ ଠାରୁ ଦୂରେଇ ରହନ୍ତୁ। ନଚେତ୍‌ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଶରୀରର କୌଣସି  ଅଙ୍ଗରେ ଆଘାତ ଲାଗିପାରେ। ସନ୍ତାନମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟ କଳାପରେ ଦୁଃଖିତ ହେବେ।

କୁମ୍ଭ: ଗୃହକୁ  କୌଣସି ସୌଖୀନ ପଦାର୍ଥ କ୍ରୟ କରି  ଆଣିବେ। କର୍ମକ୍ଷେତ୍ରରେ ଅର୍ଥ  ମାନ-ସମ୍ମାନ ପ୍ରାପ୍ତ ହେବ। କୁଆକୁ  କିଛି ରୁଟି ଖାଇବାକୁ ଦିଅନ୍ତୁ।

ମୀନ: ସାମାଜିକ ମାନ-ସମ୍ମାନ ପ୍ରତିଷ୍ଠା ବୃଦ୍ଧି ଘଟିବ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ଆଶାନୁରୂପ ଶୁଭଫଳ ପାଇବେ।

 

Related story