୨୦ ଏପ୍ରିଲ୍‌, ସୋମବାର: ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ମେଷ: ଅଧିକ ବ୍ୟୟ ହେତୁ ଅନୁତପ୍ତ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା ଜନିତ କ୍ଳେଶ ଅନୁଭବ କରିବେ। ବୃଷ: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ମିଥୁନ: ପରିଶ୍ରମର ମୂଲ୍ୟ ଅଧିକ ପାଇବେ।ପାରିବାରିକ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। କର୍କଟ: ଯୋଗାଯୋଗ ଫଳଦାୟକ ହେବ। ସେବା ମନୋଭାବର ହେବେ। ସୁଖ, ସମୃଦ୍ଧିର ମୂଳଦୁଅ ପଡ଼ିବ। ସିଂହ: […]

Astrology

Jyoshna Pradhan
  • Published: Monday, 20 April 2020
  • , Updated: 20 April 2020, 07:36 AM IST

ମେଷ: ଅଧିକ ବ୍ୟୟ ହେତୁ ଅନୁତପ୍ତ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା ଜନିତ କ୍ଳେଶ ଅନୁଭବ କରିବେ।

ବୃଷ: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ମିଥୁନ: ପରିଶ୍ରମର ମୂଲ୍ୟ ଅଧିକ ପାଇବେ।ପାରିବାରିକ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ।

କର୍କଟ: ଯୋଗାଯୋଗ ଫଳଦାୟକ ହେବ। ସେବା ମନୋଭାବର ହେବେ। ସୁଖ, ସମୃଦ୍ଧିର ମୂଳଦୁଅ ପଡ଼ିବ।

ସିଂହ: ଯାନବାହନ ଚଳାଇଲାବେଳେ ସତର୍କ ରୁହନ୍ତୁ। ଇର୍ଷାପରାୟଣ ହେବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।

କନ୍ୟା: ଉତ୍ତମ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସମାଜ ସେବା ପାଇଁ ମନ ବଳାଇପାରନ୍ତି।

ତୁଳା: ଶତ୍ରୁମାନେ ଅପସରୀ ଯିବେ।ସୁରକ୍ଷା ବାହିନୀମାନଙ୍କର କାର୍ଯ୍ୟଭାର ବଢିଯିବ। ଋଣ ଶୁଝିବା ପାଇଁ ସୁଯୋଗ ମିଳିବ।

ବିଛା: କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରେମ ଓ ପ୍ରଣୟ ପାଇଁ ଦିନଟି ଶୁଭରେ କଟିବ।

ଧନୁ: ଗୃହ କ୍ଳେଶ ଦେଖାଦେଇପାରେ। ଅପଣାଲୋକ ଇର୍ଷାନ୍ୱିତ ହେବେ। କୃଷିକର୍ମ ପାଇଁ ତତ୍ପର ହେବେ।

ମକର: ସାଙ୍ଗମାନଙ୍କ ସହ ଦିନଟି ବିତିବ। ମନରେ ଉତ୍ସାହ ବଢିବ। କାର୍ଯ୍ୟକ୍ଷେତ୍ରରେ ସାହାସୀ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମୀନ: ଆଶୀର୍ବାଦର ପାତ୍ର ହେବେ। ମନ ପ୍ରଫୁଲ୍ଲ ରହିବ। ପୁରୁଣା ଶତ୍ରୁମାନେ ଅନୁତପ୍ତ ହେବେ।

Related story