ମେଷ: ଆତ୍ମବିଶ୍ୱାସ ବଢ଼ିବ। ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣିପାରନ୍ତି। ଆଜି ଯେକୌଣସି କାର୍ଯ୍ୟ କଲେ ସଫଳ ହେବ।
ବୃଷ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ ବଢ଼ିବ।
ମିଥୁନ: ଦ୍ୱନ୍ଦ୍ୱ ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
କର୍କଟ: ଅଧିକ ପରିଶ୍ରମ କରିବେ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ।
ସିଂହ: ବନ୍ଧୁଙ୍କ ସହ ଦେଖା ହୋଇପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।
କନ୍ୟା: ଦିନଟି ଭଲରେ କଟିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସୁସ୍ଥ ରହିବେ।
ତୁଳା: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଭାଗ୍ୟ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।
ବିଚ୍ଛା: ଅଳସୁଆ ଅନୁଭବ କରିବେ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ।
ଧନୁ: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି। ଅଯଥା ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।
ମକର: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।
ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।