ମେଷ: ସତର୍କତାର ସହିତ କାର୍ଯ୍ୟ କରିଲେ ଆଗକୁ ବଢ଼ିବାରେ ସକ୍ଷମ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ: ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପରନ୍ତି।
ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ: ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପୁରାତନ ଶତ୍ରୁମାନେ ଦୂରେଇଯିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।
ସିଂହ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଖବର ମିଳିବ।
ତୁଳା: ବ୍ୟସ୍ତତା ଭିତରେ ଦିନଟି କଟିବ। ଇଚ୍ଛାଶକ୍ତି ବଳ ମାତ୍ରାରେ ଜାଗ୍ରତ ହେବ। ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ।
ବିଛା: ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅସହାୟ ଓ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ମାନ-ସମ୍ମାନ ମିଳିବ।
ଧନୁ: ସେବାକାରୀମାନଙ୍କ ସହଯୋଗରେ ମାନସିକ ଶାନ୍ତି ଦେଖାଦେବ। ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
ମକର: ଶତ୍ରୁଙ୍କ ସହିତ ମୁକାବିଲା କରିପାରିବେ। ମିତ୍ର ସହଯୋଗୀଙ୍କ ଦ୍ୱାରା ବହୁତ ଦିନର ଚିନ୍ତା ଦୂର ହେବ।
କୁମ୍ଭ: ସହଯୋଗୀମାନେ ସାହାଯ୍ୟ କରିବେ। ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବ। ପରୋପକାର କାମରେ ବ୍ୟସ୍ତ ରହିବେ।
ମୀନ: ପୁରୁଣା ରୋଗରୁ ଉପଶମ ମିଳିବ। ଅଚାନକ ଭାବେ ଧନ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରି ଆଶାତୀତ ଲାଭ ପାଇବେ।