୨୬ ଏପ୍ରିଲ୍‌, ରବିବାର: ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ

ମେଷ: ସଂପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ରାଜକୀୟ ମାମଲାରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ହେବ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ। ବୃଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଲୋକ ସଂପର୍କ ଆତ୍ମସନ୍ତୋଷ ବଢ଼ାଇବ। ରୋଜଗାର ସମସ୍ୟା ସୁଧୁରିଯିବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ  ଅବହେଳା କରନ୍ତୁ ନାହିଁ। […]

astrological

Jyoshna Pradhan
  • Published: Sunday, 26 April 2020
  • , Updated: 25 May 2020, 07:59 AM IST

ମେଷ: ସଂପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ରାଜକୀୟ ମାମଲାରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ହେବ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଲୋକ ସଂପର୍କ ଆତ୍ମସନ୍ତୋଷ ବଢ଼ାଇବ। ରୋଜଗାର ସମସ୍ୟା ସୁଧୁରିଯିବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ  ଅବହେଳା କରନ୍ତୁ ନାହିଁ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସଂପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତି  ଭଲ ରହିବ।

ସିଂହ: ଶୁଭ ସମାଚାର  ଶୁଣି ମାନସିକ  ଚିନ୍ତା ଦୂର  ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିଯିବ। ପାରିବାରିକ  ସମସ୍ୟାର ସମାଧାନ ହେବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ସାମ୍ବାଦିକମାନେ  ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। କର୍ତ୍ତବ୍ୟନିଷ୍ଠା ଯୋଗେ ସହକର୍ମୀମାନେ କାମର ପ୍ରଶଂସା କରିବେ।

ତୁଳା: ଶତ୍ରୁମାନଙ୍କୁ ମୁକାବିଲା କରି ପାରିବେ। ଧ୍ୟାନ  ପ୍ରାର୍ଥନା ଆଦି ପାଇଁ ସମୟ  ପାଇବେ। ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ।

ବିଛା: ଅଧ୍ୟୟନ ଅନୁସନ୍ଧାନ ଲେଖନ ଆଦି କାର୍ଯ୍ୟରେ ପ୍ରଶଂସା ପାଇବେ। ପରିଶ୍ରମର ପୂରା ଲାଭ ମିଳିବ। ପଡୋଶୀଙ୍କ ସହିତ ଲାଗିରହିଥିବା ବିବାଦ ଦୂର ହେବ।

ଧନୁ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ। ପରୋପକାର କାମରେ  ବ୍ୟସ୍ତ  ରହିବେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇ ପାରନ୍ତି। କୁକରକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ସାମାଜିକ କାର୍ଯ୍ୟରେ ପ୍ରଂଶସା ପାଇବେ। ସାମ୍ବାଦିକମାନେ  ଶୁଭ ସମାଚାର  ଶୁଣିବାକୁ ପାଇବେ। ଧନ ଲାଭ ହେବାର ସମ୍ଭାବନା ରହିଛି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: ମାନସିକ ଶାନ୍ତି ଅନୁଭବ କରିବେ। ପୈତୃକ ସଂପତ୍ତି ସମ୍ବନ୍ଧୀୟ ସମସ୍ୟା ସମାଧାନ କରି ପାରିବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ।

ମୀନ: ସାମ୍ବାଦିକମାନଙ୍କର ପଦମର୍ଯ୍ୟଦା ବୃଦ୍ଧି ପାଇବ। କୌଣସି ଠାରୁ ଶୁଭ ସମାଚାର  ଶୁଣିବାକୁ ପାଇବେ। ମିତ୍ରମାନଙ୍କ ସହଯୋଗ ପାଇ ଆର୍ଥିକ ସ୍ଥିତି ସୁଦୃଢ  ହେବ।

 

Related story