୨୭ ଏପ୍ରିଲ୍‌, ସୋମବାର: ସମାଜସେବା କରି ସୁନାମ ଅର୍ଜନ କରିବେ

ମେଷ: ସହଯୋଗୀଙ୍କ ଦ୍ୱାରା ଆଶାତୀତ ଲାଭ ପାଇବେ। ଅଚାନକ ଭାବେ ଧନ ଲାଭ ହେବ। ଉଚ୍ଚଅଧିକାରୀମାନେ ପ୍ରସନ୍ନ ରହିବେ। ବୃଷ: ସରକାରୀ ସାହାଯ୍ୟ  ହାତ ପାହାନ୍ତାରେ ପହଞ୍ଚିବ। ଶତ୍ରୁମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ। କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ସରକାରୀ କ୍ଷେତ୍ରରେ ଯଶ କୀର୍ତ୍ତି, ମାନ ସମ୍ମାନ ମିଳିବ। ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି। ମନ ବିଚଳିତ ରହିବ। କୁକୁରକୁ […]

astrology

Jyoshna Pradhan
  • Published: Monday, 27 April 2020
  • , Updated: 27 April 2020, 07:47 AM IST

ମେଷ: ସହଯୋଗୀଙ୍କ ଦ୍ୱାରା ଆଶାତୀତ ଲାଭ ପାଇବେ। ଅଚାନକ ଭାବେ ଧନ ଲାଭ ହେବ। ଉଚ୍ଚଅଧିକାରୀମାନେ ପ୍ରସନ୍ନ ରହିବେ।

ବୃଷ: ସରକାରୀ ସାହାଯ୍ୟ  ହାତ ପାହାନ୍ତାରେ ପହଞ୍ଚିବ। ଶତ୍ରୁମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ। କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ସରକାରୀ କ୍ଷେତ୍ରରେ ଯଶ କୀର୍ତ୍ତି, ମାନ ସମ୍ମାନ ମିଳିବ। ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି। ମନ ବିଚଳିତ ରହିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: ଶାରୀରିକ ସୁସ୍ଥତା ଅନୁଭବ କରିବେ। କୌଣସି ମହତ୍ୱପୂର୍ଣ୍ଣ ସୂଚନା ପାଇ ପାରନ୍ତି। କାରବାରରେ ବହୁତ ଲାଭ ପାଇବେ।

ସିଂହ: ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। କାହାକୁ  ଉଧାର ଦେଇଥିବା  ଟଙ୍କା ମିଳିଯିବ। ନୂଆ ଜ୍ଞାନର ବୃଦ୍ଧି  ହେତୁ ପ୍ରଚୁର ଧନ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଭାଗୀଦାରୀଙ୍କ  ସହିତ ମତଭେଦର ନିରାକରଣ ହେବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଦୁର୍ବଳ ବା ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ସନ୍ତାନଙ୍କର କୌଣସି ମହତ୍ୱପୂର୍ଣ୍ଣ କାମ  ହୋଇପାରେ। ଅସହାୟ ଲୋକଙ୍କୁ  ସାହାଯ୍ୟ କରିବାକୁ ମନ ବଳାଇବେ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।

ବିଛା: ସମାଜସେବା କରି ସୁନାମ ଅର୍ଜନ କରିବେ। ପରୋପକାର  କାମରେ ବ୍ୟସ୍ତ ରହିବେ। ଅଚାନକ ଧନ ଲାଭ ହେବ।

ଧନୁ: ସରକାରୀ କାମରେ ପରିଶ୍ରମର ପରିଣାମ ମିଳିବ। ମାନସିକ ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ।

ମକର: ସନ୍ତାନଙ୍କର  ଉନ୍ନତିରେ ଖୁସି ହେବେ। ଶାରୀରିକ  ସୁସ୍ଥତା ଅନୁଭବ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହିତ ସଂପର୍କ ସ୍ଥାପନ ହେବ।

କୁମ୍ଭ: ସାମାଜିକ ପତିଆରା ଅମଳିନ ରହିବ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ।

ମୀନ: ଶାରୀରିକ କଷ୍ଟ ଦୂର ହେବ। ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ସାମ୍ବାଦିକମାନେ ଜନ ସମର୍ଥନ ପାଇ ସଫଳ ହେବେ।

Related story