/odisha-reporter/media/post_attachments/uploads/2020/02/astro-1-2-300x172-1-300x172-2.jpg)
astro-1-2-300x172-1-300x172
ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ବୃଷ: ଦିନଟି ଖୁସିରେ କଟିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।
ମିଥୁନ: ମାନ-ସମ୍ମାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।
କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।
ସିଂହ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।
କନ୍ୟା: ନୂତନ ବସ୍ତ୍ର କିଣି ପାରନ୍ତି। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।
ତୁଳା: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।
ବିଚ୍ଛା: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ପରିଶ୍ରମ ଅନୁସାରେ ସଫଳତା ପାଇବେ। ଋଣ ଦିଅନ୍ତୁ ନାହିଁ।
ଧନୁ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ମକର: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁଙ୍କ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।
କୁମ୍ଭ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ନୂତନଯାନବାହନ କିଣିପାରନ୍ତି।
ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରେରଣା ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
