୨୮ ଏପ୍ରିଲ୍‌,ମଙ୍ଗଳବାର: ଶତ୍ରୁମାନେ ମଥାନତ କରିବେ

ମେଷ: ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: ସାମ୍ବାଦିକମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। କାମ କାର୍ଯ୍ୟରେ ସ୍ଥିତି ବହୁତ ସନ୍ତୋଷଜନକ ରହିବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଉପଯୋଗ କରିବେ। ଅଧିକାରୀ କାମରେ ପ୍ରସନ୍ନ ରହିବେ।

କର୍କଟ: ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ଅତ୍ୟଧିକ  କାର୍ଯ୍ୟ ଚାପ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ରହିବେ। ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ: ଶତ୍ରୁମାନେ ମଥାନତ କରିବେ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ।

କନ୍ୟା: ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ସନ୍ତାନ ସନ୍ତତିଙ୍କ ଇଚ୍ଛା ରକ୍ଷା କରି ଶାନ୍ତି ପାଇବେ। ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ।

ତୁଳା: ସହକର୍ମୀଙ୍କ ସହ ବିବାଦର ସମାଧାନ କରିପାରିବେ। ପୁରାତନ ରୋଗରୁ ଉପଶମ ମିଳିବ। ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ।

ବିଛା: ସନ୍ତାନମାନଙ୍କର ଉନ୍ନତିରେ ଖୁସି ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ରାଜକୀୟ ମାମଲାରେ ସଫଳତା ମିଳିବ।

ଧନୁ: ସାମ୍ବାଦିକମାନେ ପ୍ରଶଂସିତ ହେବେ। କାରବାର ଦିଗରୁ ପ୍ରଚୁର ଲାଭବାନ ହେବେ। ମାନସିକ ଦୁଶ୍ଚିନ୍ତା, ଶତ୍ରୁବାଧା ଦୂରେଇ ଯିବ।

ମକର: ରୋଜଗାର ସମସ୍ୟା  ସୁଧୁରି ଯିବ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ରହିବ।

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

କୁମ୍ଭ: କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଭାତୃ ବିବାଦ ଓ ଘର ଜାଗାନେଇ ଥିବା ଦ୍ୱନ୍ଦର ସମାଧାନ ହୋଇପାରେ।

ମୀନ: ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ।

 

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।