୩ ମେ’, ରବିବାର: ପିତାମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମେଷ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳାମାନେ ଗୃହ କାର୍ଯ୍ୟରେ  ଲିପ୍ତ ରହିବେ। ପିତାମାତାଙ୍କ ପାଦ ସ୍ପର୍ଶ କରି  ପ୍ରଣାମ କରନ୍ତୁ। ବୃଷ: ମନରେ ବିରକ୍ତି ଭାବ ଦେଖାଦେବ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିବେ। ମିଥୁନ: ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ପରିବାରରେ ସୁଖଶାନ୍ତି ପୂର୍ବପରି ଅତୁଟ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଲାଭ […]

astrology

astrology

Jyoshna Pradhan
  • Published: Sunday, 03 May 2020
  • Updated: 23 May 2020, 07:56 AM IST

Sports

Latest News

ମେଷ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳାମାନେ ଗୃହ କାର୍ଯ୍ୟରେ  ଲିପ୍ତ ରହିବେ। ପିତାମାତାଙ୍କ ପାଦ ସ୍ପର୍ଶ କରି  ପ୍ରଣାମ କରନ୍ତୁ।

ବୃଷ: ମନରେ ବିରକ୍ତି ଭାବ ଦେଖାଦେବ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିବେ।

ମିଥୁନ: ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ପରିବାରରେ ସୁଖଶାନ୍ତି ପୂର୍ବପରି ଅତୁଟ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଲାଭ କରିବେ।

କର୍କଟ: କୌଣସି  ସୂତ୍ରରୁ  ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମାନସିକ ଶାନ୍ତି ଅନୁଭବ କରିବେ। କାମ କଲାବେଳେ ସତର୍କ ରୁହନ୍ତୁ ନଚେତ ଶରୀରେ ଆଘାତ ଲାଗିପାରେ।

ସିଂହ: ଯେ କୌଣସି କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ଆଦରଣୀୟ ହେବ। କୁଆକୁ ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁପ୍ତଶତ୍ରୁ ଭୟ ମନରେ ଭୟ ଆଶଙ୍କା ସୃଷ୍ଟି କରିବ। ପରିବାରରେ ମତ ପାଥକ୍ୟ ଦେଖାଦେବ। ଶାରୀରିକ ଅସୁସ୍ଥତା  ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ମିତ୍ରମାନଙ୍କ ସହିତ ଥିବା ବାଦବିବାଦ ଦୂର ହୋଇଯିବ। ରାଜନେତାମାନେ  ଜନ ସମାଜରେ ପ୍ରଶଂସିତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବିଛା: ପାରିବାରିକ ସମସ୍ୟାକୁ ଚତୁରତାର ସହିତ ସମାଧାନ କରିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।

ଧନୁ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଆସ୍ଥା ଭାଜନ  ହେବେ। ପିତାମାତା ତଥା ଗୁରୁଜନଙ୍କ  ଆର୍ଶୀବାଦ ଲାଭ କରିବେ। ଦୃଢ଼ ମନୋବଳ  ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ।

ମକର: ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ। ଯାନବାହନ ଚାଳନାରେ  ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ଅମନଯୋଗୀ ହେବେ।

କୁମ୍ଭ: ଦୀର୍ଘଦିନରୁ ପଡିରହିଥିବା କାମଟି ସଂପୂର୍ଣ୍ଣ ହେବ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ  ଯୋଗ୍ୟ ବିବେଚିତ ହେବେ।

ମୀନ: ଦୁଃସାହସିକ ପଦକ୍ଷେପ ନେଇ ସେଥିରେ କୃତକାର୍ଯ୍ୟ ହେବେ। ଗୁପ୍ତ ଶତ୍ରୁମାନେ ପରାଜିତ  ହୋଇ ବନ୍ଧୁତାର ହାତ ବଢାଇବେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos