ମେଷ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳାମାନେ ଗୃହ କାର୍ଯ୍ୟରେ ଲିପ୍ତ ରହିବେ। ପିତାମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।
ବୃଷ: ମନରେ ବିରକ୍ତି ଭାବ ଦେଖାଦେବ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିବେ।
ମିଥୁନ: ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ପରିବାରରେ ସୁଖଶାନ୍ତି ପୂର୍ବପରି ଅତୁଟ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଲାଭ କରିବେ।
କର୍କଟ: କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମାନସିକ ଶାନ୍ତି ଅନୁଭବ କରିବେ। କାମ କଲାବେଳେ ସତର୍କ ରୁହନ୍ତୁ ନଚେତ ଶରୀରେ ଆଘାତ ଲାଗିପାରେ।
ସିଂହ: ଯେ କୌଣସି କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ଆଦରଣୀୟ ହେବ। କୁଆକୁ ଖାଇବାକୁ ଦିଅନ୍ତୁ।
କନ୍ୟା: ଗୁପ୍ତଶତ୍ରୁ ଭୟ ମନରେ ଭୟ ଆଶଙ୍କା ସୃଷ୍ଟି କରିବ। ପରିବାରରେ ମତ ପାଥକ୍ୟ ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ତୁଳା: ମିତ୍ରମାନଙ୍କ ସହିତ ଥିବା ବାଦବିବାଦ ଦୂର ହୋଇଯିବ। ରାଜନେତାମାନେ ଜନ ସମାଜରେ ପ୍ରଶଂସିତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
ବିଛା: ପାରିବାରିକ ସମସ୍ୟାକୁ ଚତୁରତାର ସହିତ ସମାଧାନ କରିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଆସ୍ଥା ଭାଜନ ହେବେ। ପିତାମାତା ତଥା ଗୁରୁଜନଙ୍କ ଆର୍ଶୀବାଦ ଲାଭ କରିବେ। ଦୃଢ଼ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ।
ମକର: ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ। ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ଅମନଯୋଗୀ ହେବେ।
କୁମ୍ଭ: ଦୀର୍ଘଦିନରୁ ପଡିରହିଥିବା କାମଟି ସଂପୂର୍ଣ୍ଣ ହେବ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ।
ମୀନ: ଦୁଃସାହସିକ ପଦକ୍ଷେପ ନେଇ ସେଥିରେ କୃତକାର୍ଯ୍ୟ ହେବେ। ଗୁପ୍ତ ଶତ୍ରୁମାନେ ପରାଜିତ ହୋଇ ବନ୍ଧୁତାର ହାତ ବଢାଇବେ।