ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ଶତ୍ରୁଙ୍କ ଠାରୁ ଦୂରେଇ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ।
କର୍କଟ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତିନିଅନ୍ତୁ ନାହିଁ।
ସିଂହ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। ଇଶ୍ୱରଙ୍କୁ ଆରଧନା କରନ୍ତୁ।
କନ୍ୟା: ଦାମ୍ପତ୍ୟ ଜୀବନ ଭଲରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ମାନ-ସମ୍ମାନ ମିଳିବ।
ତୁଳା: ଅଧିକ ପରିଶ୍ରମ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଅଳସୁଆ ଅନୁଭବ କରିପାରନ୍ତି।
ବିଚ୍ଛା: ଶରୀର ଫୂର୍ତ୍ତି ରହିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ଧନୁ: ଦିନଟି ଭଲରେ କଟିବ। ଋଣ ଦିଅନ୍ତୁ ନାହିଁ। କାଉଙ୍କୁ ଖାଇବାକୁ ଦିଅନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।
ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।
କୁମ୍ଭ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘର ପାଇ ଜିନିଷ କିଣି ପାରନ୍ତି।
ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟର୍ରେ ପରିବର୍ତ୍ତନ କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚର୍ଚ୍ଚା କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।