ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସତର୍କତା ଅବଲମ୍ବନ ନକଲେ ବିପଦରେ ପଡ଼ିପାରନ୍ତି। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ: ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବ। ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ଅସହାୟାଙ୍କୁ ସହାଯ୍ୟ କରନ୍ତୁ।
ମିଥୁନ: ମନ ଖୁସି ରହିବ। ଅଧା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ସନ୍ତାନମାନେ ଉଚ୍ଚ ପ୍ରଶଂସିତ ହେବେ। ମା’ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ: ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ବୁଝିବିଚାରି କାମ ନକଲେ କ୍ଷତି ସହିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
ସିଂହ: କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶରୀର ସୁସ୍ଥ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
କନ୍ୟା: ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟଦିଗରୁ ବିଶେଷ ସତର୍କ ରହିବା ଉଚିତ୍।
ତୁଳା: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଆୟ ବୃଦ୍ଧି ଯୋଗେ ଆନନ୍ଦିତ ହେବେ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ।
ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟିହେବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।
ଧନୁ: କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର: ସାମାଜିକ କଲ୍ୟାଣ କାମରେ ସହଯୋଗ କରିବେ। କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ।
କୁମ୍ଭ: ଶରୀର ସୁସ୍ଥ ରହିବା ସହ ଧନ ଲାଭ ହେବ। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ।
ମୀନ: ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ସାମାଜିକ କାର୍ଯ୍ୟରେ ଉତ୍ସାହ ବଢିବ।