ମେଷ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବେ।
ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ।
ମିଥୁନ: ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି। ମାନ- ସମ୍ମାନ ମିଳିବ। ଶରୀର ସୁସ୍ଥ ରହିବ। ନିଜ ମନ ମୁତବାକ କାର୍ଯ୍ୟ କରିବେ।
କର୍କଟ: ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ।
ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।
କନ୍ୟା: କୌଣସି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ନିଜ ଜୀବନ ସାଥୀର ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ବସ୍ତ୍ର ଆଭୂଷଣ ଜାତୀୟ ବ୍ୟବସାୟରେ ଅଧିକ ଲାଭବାନ ହେବେ।
ବିଛା: ପୈତୃକ ସଂପତ୍ତିକୁ ନେଇ ଭାତୃବିବାଦ ଦେଖାଦେବ। କର୍ମକ୍ଷେତ୍ରରେ ଉତ୍ତେଜନା ବାଦ-ବିବାଦ ଦେଖାଦେବ।
ଧନୁ: ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସମସ୍ତ କାର୍ଯ୍ୟ ସାଧାନ କରିବେ। କୌଣସି ନୂତନ ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମକର: ଗପ୍ତଶତ୍ରୁମାନେ ପରାଜିତ ହେବେ। ଜନକଲ୍ୟାଣ ମୂଳକ କାମ କରି ସମାଜରେ ପ୍ରଶଂସିତ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ଅଧିକ ପାଇବେ।
କୁମ୍ଭ: ନିଜ ମନ ମୁତବାକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବେ। ମହିଳାମାନେ ଜଗିରଖି ଚଳିବା ଉଚିତ। ଶରୀରରେ ଆଘାତ ଲାଗିପାରେ।
ମୀନ: ପ୍ରତ୍ୟେକଟି କାର୍ଯ୍ୟରେ ସ୍ଥିରତା ଅବଲମ୍ବନ କରନ୍ତୁ। ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଅସନ୍ତୋଷ ଦେଖାଦେବ। ନିଜର ଲୋକେ ବିରୁଦ୍ଧାଚରଣ କରିବେ