୪ ମେ’, ସୋମବାର: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ

ମେଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ ଓ ସମସ୍ତ କାର୍ଯ୍ୟରେ ଜୟଯୁକ୍ତ ହେବେ। ରାଜନେତାମାନେ ବହୁ ସମ୍ମାନର ଅଧିକାରୀ ହେବେ। ବୃଷ: ପରିବାରରେ ଅଶାନ୍ତି ଦୂର ହୋଇ ସ୍ନେହ ସମ୍ପର୍କ ପାଇବ। ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ମହିଳାମାନେ ପରିବାର ପ୍ରତି ଯତ୍ନଶୀଳ ହେବେ। ମିଥୁନ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବନ୍ଧୁବର୍ଗରେ ମତପାର୍ଥକ୍ୟ ଦେଖାଦେବ। ସଞ୍ଚିତ ଅର୍ଥ ବ୍ୟୟ ହୋଇଯିବ। ଯାହାଫଳରେ ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିବେ। କର୍କଟ: ଦେହ ମନ ସୁସ୍ଥ […]

astrology

astrology

Jyoshna Pradhan
  • Published: Monday, 04 May 2020
  • Updated: 04 May 2020, 07:43 AM IST

Sports

Latest News

ମେଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ ଓ ସମସ୍ତ କାର୍ଯ୍ୟରେ ଜୟଯୁକ୍ତ ହେବେ। ରାଜନେତାମାନେ ବହୁ ସମ୍ମାନର ଅଧିକାରୀ ହେବେ।

ବୃଷ: ପରିବାରରେ ଅଶାନ୍ତି ଦୂର ହୋଇ ସ୍ନେହ ସମ୍ପର୍କ ପାଇବ। ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ମହିଳାମାନେ ପରିବାର ପ୍ରତି ଯତ୍ନଶୀଳ ହେବେ।

ମିଥୁନ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବନ୍ଧୁବର୍ଗରେ ମତପାର୍ଥକ୍ୟ ଦେଖାଦେବ। ସଞ୍ଚିତ ଅର୍ଥ ବ୍ୟୟ ହୋଇଯିବ। ଯାହାଫଳରେ ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିବେ।

କର୍କଟ: ଦେହ ମନ ସୁସ୍ଥ ରହିବ ଓ କର୍ମମୟ ଜୀବନ ଆନନ୍ଦମୟ ହେବ। ଛାତ୍ରଛାତ୍ରୀମାନେ ନିଜ ନିଜ ଲକ୍ଷ୍ୟ ହାସଲ କରିବେ।

ସିଂହ: ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

କନ୍ୟା: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ମଧୁମୟ ହେବ। ସମାଜରେ ମାନ ସମ୍ମାନ, ଯଶ ଗୌରବର ଅଧିକାରୀ ହେବେ।

ତୁଳା: ଅଯଥା ବ୍ୟୟ ଓ ବୃଥା ଭ୍ରମଣ ଜନିତ କ୍ଳେଶ ଅନୁଭଭ କରିବେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହେବାର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ।

ବିଛା: ସାହିତ୍ୟ, କଳା, ସଙ୍ଗୀତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ ଓ ଆକସ୍ମିକ ଧନ ଲାଭର ସୁଯୋଗ ରହିଛି। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ।

ଧନୁ: ବକେୟା ଅର୍ଥ ହସ୍ତଗତ ହେବ ଏବଂ ଆର୍ଥିକ ଅସ୍ୱଚ୍ଛଳତା ଦେଖାଦେବ। ନିଜର ମାର୍ଜିତ କଥାବାର୍ତ୍ତା ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିବେ। ମହିଳାମାନେ ଜଗିରଖି ଚଳନ୍ତୁ ନଚେତ୍ ଶରୀରରେ ଆଘାତ ଲାଗିପାରେ।

ମକର: ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଆନନ୍ଦ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ସଫଳତା ପାଇବେ।

କୁମ୍ଭ: ଅର୍ଥହୀନ, କାର୍ଯ୍ୟରେ ବ୍ୟାଘାତ ମନକୁ ବ୍ୟତିବ୍ୟସ୍ତ କରାଇବ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ଚେଷ୍ଟା କରୁଥିବା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମାପନ ହେବ। କୌଣସି ଅସହାୟ ମହିଳାଙ୍କୁ କିଛି ଫଳ ଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos