ଜୁଲାଇ ୫, ରବିବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାରର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ: ଯୋଜନାବଦ୍ଧ ଭାବେ  କାର୍ଯ୍ୟରେ ସଫଳତା ଲାଭ କରିବେ। ଜଗିରଖି ଚଳନ୍ତୁ। ଅସୁସ୍ଥ ଅନୁଭବ କରିବେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଶତ୍ରୁମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସ କରିବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ।

କର୍କଟ: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ: ଜନକଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଲାଗି ରହିଥିବା ଚିନ୍ତା ଦୂର ହେବ। ବନ୍ଧୁଙ୍କ ଠାରୁ  ସାହାଯ୍ୟ ସହଯୋଗ ପାଇବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।

ତୁଳା:  ଶତ୍ରୁମାନେ ପରାଜିତ ହେବେ। ଅଧିକ ପରିଶ୍ରମ କରିବେ। ଭାଇଙ୍କ ସହିତ ସୁ ସଂପର୍କ ରହିବ।

ବିଛା:  ମାନସିକ ଶାନ୍ତି ମିଳିବ। ବହୁ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଅସହାୟଙ୍କୁ ଖାଇବା ଦିଅନ୍ତୁ।

ଧନୁ: ଆତ୍ମବିଶ୍ୱାସ ଓ ମନବଳ ସୁଦୃଢ଼ ହେବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର:  ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମନ ବିଚଳିତ ରହିବ।

କୁମ୍ଭ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ମୀନ: ପରିବାରରେ ହସଖୁସିର ପରିବେଶ ରହିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ଅଳସୁଆ ଅନୁଭବ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।