୫ ମେ’, ମଙ୍ଗଳବାର: ଆଣ୍ଠୁ, ଅଣ୍ଟା କିମ୍ବା ପାଦ ପୀଡ଼ା ହୋଇପାରେ

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ସାହ ପ୍ରେରଣା ଲାଭ କରିବେ। ଗୁରୁଜନମାନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ। ବୃଷ: ପରିବାରରେ ଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ପରିଶ୍ରମ ତୁଳନାରେ ଉଚିତ୍ ପାରିଶ୍ରମିକ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନ ନିବେଶ କରିବେ। ମିଥୁନ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧନହାନୀ, ପ୍ରାଣ ପ୍ରୀଡା କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରାଇବ। ସାମାନ୍ୟ କଥାକୁ […]

astrology

astrology

Jyoshna Pradhan
  • Published: Tuesday, 05 May 2020
  • Updated: 21 May 2020, 07:45 AM IST

Sports

Latest News

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ସାହ ପ୍ରେରଣା ଲାଭ କରିବେ। ଗୁରୁଜନମାନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।

ବୃଷ: ପରିବାରରେ ଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ପରିଶ୍ରମ ତୁଳନାରେ ଉଚିତ୍ ପାରିଶ୍ରମିକ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନ ନିବେଶ କରିବେ।

ମିଥୁନ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧନହାନୀ, ପ୍ରାଣ ପ୍ରୀଡା କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରାଇବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ।

କର୍କଟ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି।ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବେ। କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ସିଂହ: ଦେହ ମନ ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରହିବ। ବକେୟା ଅର୍ଥ ହସ୍ତଗତ ହେବ ଯାହାଫଳରେ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ଅଗ୍ରଗତି କରିବେ।

କନ୍ୟା: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ସହିତ ମାନ ସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ।

ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନରେ ଅଯଥା ଝଡଝଞ୍ଜା ଦେଖାଦେଇପାରେ।

ବିଛା: ଜନ ସମାଜରେ ମାନ ସମ୍ମାନ, ଯଶ ଗୌରବ ଅର୍ଜନ କରିବେ। ନିର୍ମାଣଧୀନ କାର୍ଯ୍ୟକୁ ତ୍ୱାରନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ।

ଧନୁ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସନ୍ତାନମାନେ ଆଜ୍ଞାଧୀନ ହେବେ। ମହିଳାମାନେ କାମ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ ନଚେତ୍ ବିପଦରେ ପଡ଼ିପାରନ୍ତି।

ମକର: ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ମଧୁମୟ ହେବ। ବୃତ୍ତିଗତ  ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ।

କୁମ୍ଭ: ଯୁକ୍ତିତର୍କ କଥାଠାରୁ ଦୂରେଇ ରୁହନ୍ତୁ ନଚେତ୍ ବିପଦରେ ପଡ଼ିବେ। ଆର୍ଥିକ ସମସ୍ୟା, ପାରିବାରିକ କଳହକୁ ନେଇ ଚିନ୍ତିତ ରହିବେ। ଆଣ୍ଠୁ, ଅଣ୍ଟା କିମ୍ବା ପାଦରେ ପୀଡା ଦେଖାଦେଇପାରେ।

ମୀନ: ଗୁରୁଜନମାନଙ୍କ ସ୍ନେହାଶ୍ରୀର୍ବାଦ ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos