୭ ମେ’ ଗୁରୁବାର: ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପରାତନ ସମସ୍ୟାର ସମାଧାନ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ। ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ  ପ୍ରାପ୍ତି ହେବ। କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। କୌଣସି ଖାଦ୍ୟ ପାନୀୟର ଅନିୟମିତତା ହେତୁ […]

astrology

Jyoshna Pradhan
  • Published: Thursday, 07 May 2020
  • , Updated: 27 May 2020, 07:38 AM IST

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପରାତନ ସମସ୍ୟାର ସମାଧାନ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ  ପ୍ରାପ୍ତି ହେବ।

କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। କୌଣସି ଖାଦ୍ୟ ପାନୀୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କୁଆକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ନିଜର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁ ସମସ୍ତ କାର୍ଯ୍ୟରେ ସଫଳ ହେବେ। ମହିଳାମାନେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ଲାଗିରହିଥିବା ବାଦବିବାଦର  ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର  ସୁଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ ତେଣୁ ସତର୍କ ରୁହନ୍ତୁ।

ତୁଳା: ପାରିବାରିକ  ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କର୍ମ କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲାଭ କରିବେ।

ବିଛା: କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବୃଦ୍ଧି ହେତୁ ବ୍ୟସ୍ତ ବିବ୍ରତ ହୋଇଯିବେ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ ଫଳରେ ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

ମକର: କର୍ମକ୍ଷେତ୍ରରେ ନୂତନ  ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ।

କୁମ୍ଭ: ସ୍ଥଗିତ ଥିବା କାମକୁ  ତ୍ୱରାନ୍ୱିତ କରି ଶେଷ  ପର୍ଯ୍ୟାୟରେ ପହଞ୍ଚାଇବେ। ଅସହାୟ ଦୁଃଖୀ ବ୍ୟକ୍ତିଙ୍କୁ ସାହାଯ୍ୟ କରି ପ୍ରଶଂସିତ ହେବେ।

ମୀନ: ଗୁପ୍ତଶତ୍ରୁ ଭୟ ମନରେ ଭୟ ଆଶଙ୍କା ସୃଷ୍ଟି କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ  ହୋଇପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Related story