ଜୁଲାଇ ୯, ଗୁରୁବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଅଟକି ରହିଥିବା କାର୍ଯ୍ୟ ସମାପନ କରିବେ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ଅପରାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି। ବୃଷ:  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କୁକୁରକୁ ଖାଇବାକୁ ଦିଅନ୍ତୁ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ପାଇବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ମାନ-ସମ୍ମାନ ପାଇବେ। କର୍କଟ: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ […]

astrology-12345

Jyoshna Pradhan
  • Published: Thursday, 09 July 2020
  • , Updated: 09 July 2020, 07:56 AM IST

ମେଷ: ଅଟକି ରହିଥିବା କାର୍ଯ୍ୟ ସମାପନ କରିବେ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ଅପରାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି।

ବୃଷ:  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କୁକୁରକୁ ଖାଇବାକୁ ଦିଅନ୍ତୁ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ପାଇବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ମାନ-ସମ୍ମାନ ପାଇବେ।

କର୍କଟ: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ପରିବାରରେ ହସ ଓଖୁସିର ପରିବେଶ ରହିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ମନ ବିଚଳିତ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ତୁଳା: ପିଲାଙ୍କ ପାଠପଢ଼ା ନେଇ ଚିନ୍ତା ଦୂର ହେବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଅଳସୁଆ ଅନୁଭବ କରିବେ।

ବିଛା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଘଟିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ଦ୍ୱନ୍ଦ୍ୱ ଭିତରେ ରହିବେ।

ଧନୁ: ସମସ୍ତ ସମସ୍ୟାର ସମାଧାନ କରିବେ। ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ତରବରିଆ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର:  କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶାରୀରିକ ଅସୁସ୍ଥତା ଦେଖାଦେବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ମିଥ୍ୟା ଅପବାଦରେ ନିନ୍ଦିତ ହୋଇପାରନ୍ତି। ଲାଗି ରହିଥିବା ବିବାଦ ଦୂରେଇ ଯିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆତ୍ମବିଶ୍ୱାସ ବଢ଼ିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

Related story