Advertisment

୪ ମାର୍ଚ୍ଚ, ଶୁକ୍ରବାର: ବିଳମ୍ବରେ ମିଳିବ ସଫଳତା

ମେଷ: ଆଜି  ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିବ ।  ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ।  କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ । ବୃଷ:  ଆଜି ଆପଣ  ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । […]

୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

RASI

Advertisment

ମେଷ:ଆଜି  ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିବ ।  ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ।  କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ ।

Advertisment

ବୃଷ: ଆଜି ଆପଣ  ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।

ମିଥୁନ:  ଅନ୍ୟର ସାହାଯ୍ୟ ଆଜି ଆପଣଙ୍କ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ବକେୟା ଅର୍ଥ ଲାଭ କରିବେ । ଶିଳ୍ପ, ଶିକ୍ଷା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ।

Advertisment

କର୍କଟ: ଆଜି ମନ ଚାହୁଁଥିବା କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ ।

ସିଂହ:ଆଜି ନିଜର କାର୍ଯ୍ୟ ଦକ୍ଷତା ଓ ଦୃଢ ମନୋବଳ ଯୋଗୁ  ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗିତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।

କନ୍ୟା:ଆଜି ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀମାନେ ପରାଜିତ ହେବେ ।

ତୁଳା:ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବ ଶିଳ୍ପ, ବ୍ୟବସାୟରେ  ଲାଭବାନ୍ ହେବେ । ଅସମ୍ପୂର୍ଣ୍ଣ କାମକୁ ଆଜି ସମ୍ପୂର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍ ବୁଟାମଣା ଯୋଗୁ ଚିନ୍ତା ବଢିପାରେ ।

ବିଛା: ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ  ଦବିବାଦ ଦେଖା ଦେବ  । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ଧନୁ: ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ  । ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତିତ୍ୱ ଅର୍ଜନ କରିବେ।

ମକର:ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ । ବିବାଦୀୟ ଜମିଜମା କ୍ଷେତ୍ରରେ ସଫଳତା ପାଇବେ । ନିର୍ମାଣାଧୀନ କାମକୁ ଆଗେଇ ନେବେ ।

କୁମ୍ଭ:ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ । ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ ।

ମୀନ:ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ  । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe