ମେଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।
ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।
କର୍କଟ: ମାନ-ସମ୍ମାନ ମିଳିବ। ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।
ସିଂହ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା: ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସୁସମ୍ବାଦ ପାଇ ଖୁସି ହେବେ।
ତୁଳା: ମିଠାମିଠା କଥା କହି ଅନ୍ୟମାନଙ୍କୁ ନିଜର କରିବାକୁ ସକ୍ଷମ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ। ପରୋପକାର ପାଇଁ ମନରେ ଆଗ୍ରହ ହେବ।
ବିଛା: ମନକଥା କାହାକୁ କହିପାରିବେ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶରୀରରେ ଆଘାତ ଲାଗିପାରେ।
ଧନୁ: ଉଦାର ଗୁଣ ଯୋଗୁ ପ୍ରଶଂସିତ ହେବେ। ମନ ବିଚଳିତ ରହିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।
ମକର: ମନ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
କୁମ୍ଭ: ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ।
ମୀନ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମନରେ ଏକାଗ୍ରତା ରହିବ ନାହିଁ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।