dining table
ବାସ୍ତୁ ଶାସ୍ତ୍ରରେ ଦିଗକୁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ। ଏପରିକି ଭିନ୍ନ ଭିନ୍ନ ଜିନିଷ ପାଇଁ ବାସ୍ତୁ ଶାସ୍ତ୍ରରେ ଭିନ୍ନ ଭିନ୍ନ ଦିଗ ଚୟନ କରାଯାଇଛି। ଘର କରିବା ସମୟରେ ଠିକ୍ ଦିଗରେ ମନ୍ଦିର ଘର, ଶୋଇବା ଘର, ଷ୍ଟୋର ରୁମ୍ ସମେତ ଖାଇବା ଜାଗା ହୋଇ ନ ଥିଲେ ତାହାର ଓଲଟା ଫଳ ମିଳିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେଉଁ ଦିଗକୁ ମୁହଁ କରି ଖାଇଲେ ଶୁଭ ଫଳ ମିଳିଥାଏ ଆଜି ସେ ବିଷୟରେ ଜାଣିବା।
-ବାସ୍ତୁ ଅନୁଯାୟୀ, ସବୁବେଳେ ମୁହଁକୁ ପୂର୍ବ ଦିଗ କିମ୍ବା ପୂର୍ବ-ଉତ୍ତର ଦିଗକୁ କରି ଖାଇବା ଉଚିତ । ଏହି ଦିଗ ଦେବତାଙ୍କ ଦିଗ ବୋଲି ବିଶ୍ୱାସ ରହିଛି। ଏହି ଦିଗକୁ ମୁହଁ କରି ଖାଇଲେ ରୋଗ ଦୂର ହୋଇଥାଏ।
-ଦକ୍ଷିଣ ଦିଗକୁ ମୁହଁ କରି ଖାଇବାକୁ ଅଶୁଭ ବିବେଚନା କରାଯାଇଥାଏ। ଏହାଦ୍ୱାରା ପାଚନଜନିତ ସମସ୍ୟା ଦେଖାଦେଇଥାଏ।
-ଦକ୍ଷିଣ ଦିଗକୁ ମୁହଁ କରି ଖାଇଲେ ମାନ ସମ୍ମାନରେ ଆଞ୍ଚ ଆସିଥାଏ।
-ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଦ୍ୱାରା ଭାଗ୍ୟ ଉଜ୍ଜଳ ହୋଇଥାଏ ।
[caption id="attachment_724037" align="aligncenter" width="650"]
Representaional Image[/caption]
-ଖାଇବା ପୂର୍ବରୁ ହାତ ମୁହଁ ଖାଇବା ଦ୍ୱାରା ଆୟୁ ବଢ଼ିଥାଏ।
-ଫଟା ବାସନରେ ଖାଇବାକୁ ଅଶୁଭ ବିବେଚନା କରାଯାଏ।
-ଚେୟାରରେ ବସି ଖାଉଥିଲେ ଗୋଡ଼ ହଲାନ୍ତୁ ନାହିଁ, ଏହାକୁ ଦୁର୍ଭାଗ୍ୟ ବୋଲି ବିବେଚନା କରାଯାଇଥାଏ।
-ଖାଇବା ପାତ୍ର ଭଲ ଭାବେ ଧୁଆ ହେବା ଉଚିତ । ଅଇଁଠା ବାସନରେ ଖାଇଲେ ଲକ୍ଷ୍ମୀଙ୍କ କୋପ ପଡ଼ିଥାଏ।
-ଖାଇବା ଟେବୁଲକୁ କେବେ ବି ଫାଙ୍କା ଛାଡ଼ନ୍ତୁ ନାହିଁ । ଉକ୍ତ ଟେବୁଲରେ କିଛି ନା କିଛି ରଖିବା ଦ୍ୱାରା ଉନ୍ନତି ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/ttt-1.jpg)