/odisha-reporter/media/post_attachments/uploads/2019/07/q1.jpg)
q1`
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି। ଏହା ମଧ୍ୟ ଆମ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି ।
ଭୁଲ୍ ଜାଗାରେ ଜିନିଷ ରଖିବା କାରଣରୁ ଘରେ ସୁଖ ଶାନ୍ତି ବଦଳରେ କଳି ଝଗଡ଼ା ଲାଗି ରହିଥାଏ। ଆପଣ ତାହା ଜାଣି ନ ପାରି ଅନ୍ୟମାନଙ୍କ ଉପରେ ଦୋଷ ଲଦିଥାନ୍ତି। ଯେପରିକି ବାସ୍ତୁ ଅନୁସାରେ ଘରର ଡଷ୍ଟବିନ୍କୁ ସଠିକ୍ ଜାଗାରେ ନ ରଖିଲେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ।
/odisha-reporter/media/post_attachments/wp-content/uploads/2019/07/a11-2.jpg)
ଆଜି ଆପଣଙ୍କୁ ଡଷ୍ଟବିନ୍ ରଖିବାର ସଠିକ୍ ଦିଗ ବିଷୟରେ କହିବୁ। ଯାହାକୁ ଆପଣାଇ ଆପଣ ଘରେ ସୁଖ ଶାନ୍ତିର ବାତାବରଣ ଏବଂ ଜୀବନରେ ସମୃଦ୍ଧି ଆଣି ପାରିବେ।
୧-ବାସ୍ତୁ ଅନୁସାରେ ଡଷ୍ଟବିନ୍କୁ କେବେବି ଘରର ଉତ୍ତର ଦିଗରେ ରଖିବା ଉଚିତ୍ ନୁହେଁ। ଯଦି ଭୁଲ୍ରେ ଆପଣ ଏହାକୁ ଉତ୍ତର ଦିଗରେ ରଖିଛନ୍ତି ତାହାଲେ ସେଠାରୁ ତୁରନ୍ତ ଉଠାଇ ଦିଅନ୍ତୁ।
୨-ବାସ୍ତୁ କହେ ଉତ୍ତର ଦିଗ ଧନ ଏବଂ ସମୃଦ୍ଧି ପ୍ରଦାନ କରିଥାଏ। ଆପଣ ଯଦି ଏହି ଦିଗରେ ଡଷ୍ଟବିନ୍ ରଖିଛନ୍ତି ତାହାଲେ ଏହା ଆପଣଙ୍କ କ୍ୟାରିୟର୍ ପ୍ରତି ଶୁଭଙ୍କର ନୁହେଁ।
୩-ଯଦି ଆପଣ ଚାକିରୀ ଖୋଜୁଛନ୍ତି ଆଉ ନିରାଶ ହେଉଛନ୍ତି, ତାହାଲେ ପ୍ରଥମେ ଘରେ କେଉଁ ଦିଗରେ ଡଷ୍ଟବିନ୍ ରଖିଛନ୍ତି ତାହା ଦେଖିନିଅନ୍ତୁ। ଉତ୍ତର ଦିଗରେ ଡଷ୍ଟବିନ୍ ଥିବାରୁ ଆପଣଙ୍କ ଚାକିରୀରେ ହେବାରେ ଅସୁବିଧା ଦେଖାଦେଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
