ଏହି ଦିଗରେ ଡଷ୍ଟବିନ୍‌ ରଖିଲେ କ୍ୟାରିୟର୍‌ରେ ହୋଇଥାଏ କ୍ଷତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି। ଏହା ମଧ୍ୟ ଆମ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ଭୁଲ୍‌ ଜାଗାରେ ଜିନିଷ ରଖିବା କାରଣରୁ ଘରେ ସୁଖ ଶାନ୍ତି ବଦଳରେ କଳି ଝଗଡ଼ା ଲାଗି ରହିଥାଏ। ଆପଣ ତାହା ଜାଣି ନ ପାରି ଅନ୍ୟମାନଙ୍କ ଉପରେ ଦୋଷ ଲଦିଥାନ୍ତି। ଯେପରିକି ବାସ୍ତୁ […]

q1`

Rosalin Rath
  • Published: Tuesday, 16 July 2019
  • , Updated: 16 July 2019, 08:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି। ଏହା ମଧ୍ୟ ଆମ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି ।

ଭୁଲ୍‌ ଜାଗାରେ ଜିନିଷ ରଖିବା କାରଣରୁ ଘରେ ସୁଖ ଶାନ୍ତି ବଦଳରେ କଳି ଝଗଡ଼ା ଲାଗି ରହିଥାଏ। ଆପଣ ତାହା ଜାଣି ନ ପାରି ଅନ୍ୟମାନଙ୍କ ଉପରେ ଦୋଷ ଲଦିଥାନ୍ତି। ଯେପରିକି ବାସ୍ତୁ ଅନୁସାରେ ଘରର ଡଷ୍ଟବିନ୍‌କୁ ସଠିକ୍‌ ଜାଗାରେ ନ ରଖିଲେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ।

ଆଜି ଆପଣଙ୍କୁ ଡଷ୍ଟବିନ୍‌ ରଖିବାର ସଠିକ୍‌ ଦିଗ ବିଷୟରେ କହିବୁ। ଯାହାକୁ ଆପଣାଇ ଆପଣ ଘରେ ସୁଖ ଶାନ୍ତିର ବାତାବରଣ ଏବଂ ଜୀବନରେ ସମୃଦ୍ଧି ଆଣି ପାରିବେ।

୧-ବାସ୍ତୁ ଅନୁସାରେ ଡଷ୍ଟବିନ୍‌କୁ କେବେବି ଘରର ଉତ୍ତର ଦିଗରେ ରଖିବା ଉଚିତ୍‌ ନୁହେଁ। ଯଦି ଭୁଲ୍‌ରେ ଆପଣ ଏହାକୁ ଉତ୍ତର ଦିଗରେ ରଖିଛନ୍ତି ତାହାଲେ ସେଠାରୁ ତୁରନ୍ତ ଉଠାଇ ଦିଅନ୍ତୁ।

୨-ବାସ୍ତୁ କହେ ଉତ୍ତର ଦିଗ ଧନ ଏବଂ ସମୃଦ୍ଧି ପ୍ରଦାନ କରିଥାଏ। ଆପଣ ଯଦି ଏହି ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହାଲେ ଏହା ଆପଣଙ୍କ କ୍ୟାରିୟର୍‌ ପ୍ରତି ଶୁଭଙ୍କର ନୁହେଁ।

୩-ଯଦି ଆପଣ ଚାକିରୀ ଖୋଜୁଛନ୍ତି ଆଉ ନିରାଶ ହେଉଛନ୍ତି, ତାହାଲେ ପ୍ରଥମେ ଘରେ କେଉଁ ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହା ଦେଖିନିଅନ୍ତୁ। ଉତ୍ତର ଦିଗରେ ଡଷ୍ଟବିନ୍‌ ଥିବାରୁ ଆପଣଙ୍କ ଚାକିରୀରେ ହେବାରେ ଅସୁବିଧା ଦେଖାଦେଇଥାଏ।

Related story